ଭୁୁବନେଶ୍ୱର, ଭୁବନେଶ୍ୱର ଉପକଂଠରେ ନାଇଜର କ୍ୟାମ୍ପସରେ ପ୍ରସ୍ତାବିତ ଟାଟା ମେମୋରିଆଲ କ୍ୟାନସର ହସପିଟାଲ ସମ୍ପର୍କରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସମୀକ୍ଷା କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ୩ ମାସରେ ଆରମ୍ଭ ହେବ ନାଇଜର କ୍ୟାମ୍ପସ ନିର୍ମାଣ କାର୍ଯ୍ୟ । ୧୮ ମାସ ଭିତରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖା ଯାଇଛି ।
ସେ କହିଛନ୍ତି ଯେ ଏଠାରେ କ୍ୟାନସର ହସପିଟାଲ ସହିତ ରୋଗୀ ମାନଙ୍କର ଆଟେଂଡାଂଟ ମାନଙ୍କ ପାଇଁ ଧର୍ମଶାଳା ମଧ୍ୟ ନିର୍ମାଣ କରା ଯିବ । ସେହିପରି ଏହି ପରିସରରେ ଗେଷ୍ଟ ହାଉସ ସହିତ କର୍ମଚାରୀ ମାନଙ୍କ ପାଇଁ ହାଉସିଂ କଂପ୍ଲେକ୍ସ ମଧ୍ୟ ନିର୍ମିତ ହେବ । ଏହା ବାଦ ଏଠାରେ କର୍ମଚାରୀ ଓ ଐଖ ପାଖ ଗାଁର ଲୋକ ମାନଙ୍କର ପିଲା ମାନଙ୍କ ପାଇଁ ଏକ ସ୍କୁଲ ମଧ୍ୟ କରା ଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଠାରେ କେବଳ କ୍ୟାନସର ଚିକିତ୍ସା ନୁହେଁ, ଅନୁସନ୍ଧାନ କାମ ମଧ୍ୟ କରା ଯିବ । କ୍ୟାନସର ପାଇଁ ଔଷଧ ତିଆରି କରା ଯିବାର ସ୍ୱପ୍ନ ରହିଛି । ସେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବା ସହ କାମକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛନ୍ତି ।