ଭୁବନେଶ୍ୱର – ପୂର୍ବତମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜନ୍ମବାର୍ଷିକ ଉପଲକ୍ଷେ ଆସନ୍ତା ୨୧ ନଭେମ୍ବର ଠାରୁ ତିନି ଦିନିଆ ଜାତୀୟ ଗଣମାଧ୍ୟମ ମହାସମ୍ମିଳନୀ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁÂିତ ହେବ ।
ଏବର୍ଷ ସମ୍ମିଳନୀର ଶୀର୍ଷକ “ଯୋଗାଯୋଗ ୪.୦: ଡ଼ିଜିଟାଲ ଯୁଗରେ ଯୋଗାଯୋଗ” ଥିବାବେଳେ, ଏଥିରେ ୧୦୦ରୁ ଉଦ୍ଧ୍ୱର୍ ବିଶେଷଜ୍ଞ ସେମାନଙ୍କର ଗବେଷଣାତ୍ମକ ସଂର୍ନ୍ଧଭ ୭ଟି ବୈଷୟିକ କର୍ମଶାଳାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ବର୍ତମାନର ଡିÿଜିଟାଲ ଯୁଗରେ, କମ୍ପୁ୍ୟଟର, ମୋବାଇଲ, ଲାପଟପ୍ ଆଦି ବୈଷୟିକ ଯନ୍ତ୍ରପାତି ଆଦିର ଭାଷା, ଜ୍ଞାନ, ଓ ସମାଜ ଉପରେ ଏହାର ପ୍ରଭାବ ଆଲୋଚନା ହେବାକୁ ଯାଉଛି । ଏହା ୟୁ.ଜି.ସି ଅଧିନ ସି.ଇ.ସି. ଏବଂ ଡ଼ଃ. ଆମ୍ବେଦକର ଫାଉଣ୍ଡେସନର ମିଳିତ ସହଯୋଗରେ ଅନୁÂିତ ହେବ ବୋଲି ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍.ଏସ୍.ର ନିଦେ୍ର୍ଧଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅନୁÂାନର ପରିସରରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏହାକୁ କେନ୍ଦ୍ରୀୟ ସୂଚନା ଆୟୁକ୍ତ ବିମଲ ଜୁଲକା ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସି.ଇ.ସି. ର ନିଦେ୍ର୍ଧଶକ ପ୍ରଫେସର ଜଗତଭୂଷଣ ନଡ୍ଡା, ଲୋକସଭା ସାଂସଦ ତଥା ପ୍ରଜାତନ୍ତ୍ରର ସମ୍ପାଦକ ଭର୍ତୁହରି ମହତାବ, ଡଃ. ଆମ୍ବେଦକର ଫାଉଣ୍ଡେସନର ନିଦେ୍ର୍ଧଶକ ଦେବେନ୍ଦ୍ର ପ୍ରସାଦ ମାଝି, ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ତେଜପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ସୁନୀଲ କାନ୍ତ ବେହେରା ଏବଂ ସେଂଚୁରିୟାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଚନ୍ଦ୍ରଭାନୁ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ । ମୁଖ୍ୟବକ୍ତା ଭାବେ ଏମ.ଜି.ଏମ ବିଶ୍ୱବିଦ୍ୟାଳୟର କୁଳପତି ସୁଧିର ଗାଭାନେ ଏବଂ ଆଦାମସ ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜଳ ଚୌଧୁରୀ ସମ୍ମିଳନୀର ଶୀର୍ଷକ ବିଷୟବସ୍ତୁକୁ ଉପସ୍ଥାପନ କରିବେ ।
ଏବର୍ଷ ପ୍ରଥମ ଥର କରି ଏନ.ଏମ.ସି ପୁରସ୍କାର-୨୦୧୯ ବିଭିନ୍ନ ବର୍ଗରେ ଦେବାର କାର୍ଯ୍ୟକ୍ରମ ରହିଥିବାବେଳେ, ଏଥିରେ ୫୦ ରୁ ଉର୍ଦ୍ଧ କ୍ଷୁଦ୍ର ଚଳଚିତ୍ର ଏବଂ ଗଣମାଧ୍ୟମ ସମ୍ପର୍କିତ ପୁସ୍ତକ ପର୍ଦଶନୀ ହେବ ।
ଅନ୍ୟମାନଙ୍କ ମଧ୍ୟରେ ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଆଇ.କେ.ଏସ୍ର ନିଦେ୍ର୍ଧଶକ ଡଃ ଚନ୍ଦ୍ରଭାନୁ ପଟ୍ଟନାୟକ, ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ଜ୍ଞାନରଂଜନ ମିଶ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱାଇଁ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଡଃ ଅମ୍ବିକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।