
ଭୁବନେଶ୍ୱର, ଲୁସାନେ ଡାଇମଣ୍ଡ ଲିଗରେ ବିଜୟୀ ହୋଇଥିବା ଭାରତୀୟ ଜାଭଲିନ ଖେଳାଳୀ ନୀରଜ ଚୋପଡାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଲୁସାନେ ଡାଇମଣ୍ଡ ଲିଗରେ୮୯.୦୮ ମିଟର ଜାଭଲିନ ଫିଙ୍ଗି ପ୍ରଥମ ଭାରତୀୟ ଭାବେ ଏହି ପ୍ରତିଯୋଗିତା ଜିତିବା ସହ ଜୁରିକରେ ଡାଇମଣ୍ଡ ଲିଗ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ନୀରଜ ଚୋପଡାଙ୍କୁ ଅଭିନନ୍ଦନା ଆଗାମୀ ଦିନରେ ମଧ୍ୟ ସେ ଭାରତକୁ ଏପରି ଗୌରବାନ୍ୱିତ କରିବେ ବୋଲି ଶୁଭକାମନା ।