-
ସ୍ୱାମୀ ଶୁଭାନନ୍ଦ ପୁରୀ ଜୀ ମହାରାଜଙ୍କ ଦାୟିତ୍ୱ ଗ୍ରହଣ,
-
ପରମ୍ପରା ଅନୁଯାୟୀ ଶାଟିକା ବନ୍ଧନ,
ହରଚଣ୍ଡୀ ସାହି ମହିପ୍ରକାଶ ମଠର ନୂତନ ମହନ୍ତ ଭାବେ ସ୍ୱାମୀ ଶୁଭାନନ୍ଦ ପୁରୀ ଙ୍କୁ ଦଶନାମୀ ସନ୍ୟାସୀ ସମ୍ପ୍ରଦାୟର ସାଧୁସନ୍ଥ, ମହନ୍ତ ଏବଂ ବୈଷ୍ଣବ ସମ୍ପ୍ରଦାୟ, ଚତୃ ସମ୍ପ୍ରଦାୟ ସାମୁହିକ ଭାବେ ପରମ୍ପରା ଓ ରୀତିନୀତି ଅନୁସାରେ ଅଭିଷେକ ଶାଟିକା ବନ୍ଧା ଯାଇଥିଲା |
ଏହି ଉତ୍ସବରେ ବଡ ଆଖଡ଼ା ମଠର ମହନ୍ତ ହରିନାରାୟଣ ଦାସ ଜୀ ମହାରାଜ,ରାଧା ବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ଜୀ,ନେବଳ ଦାସ ମଠର ମହନ୍ତ ଡ଼ା ରାମ ଚରଣ ଦାସ ଜୀ,କୃପାରାମ ତ୍ୟାଗୀ ଆଶ୍ରମର ମହନ୍ତ କୃପାରାମ ଦାସ ଜୀ, ତୋରାଣି ଛତ୍ର ମଠର ମହନ୍ତ କୌଶଲ କେଶରୀ ଦାସ ଜୀ, ବଳଗଣ୍ଡି ଛତା ମଠର ମହନ୍ତ ପ୍ରେମାନନ୍ଦ ଦାସଜୀ,ପାପୁଡିଆ ମଠର ମହନ୍ତ ରାମକୃଷ୍ଣ ଦାସ ଜୀ,ରାଧେଶ୍ୟାମ ମଠର ମହନ୍ତ ସୁବଳ ଚରଣ ଦାସଜୀ,
କଟକୀ ମଠର ମହନ୍ତ ଡ଼ା ବିଜୟ ନାରାୟଣ ରାମାନୁଜ ଦାସଜୀ, ପଞ୍ଜାବୀ ମଠର ମହନ୍ତ ରଘୁନାଥ ଦାସ, ବଳରାମ କୋଟ ମଠର ମହନ୍ତ ରଘୁବୀର ଦାସ, ମହନ୍ତ ଗୌର ଗୋପାଳ ଦାସ, ଭୁବନେଶ୍ୱର ରୁ ମହନ୍ତ ବ୍ରହ୍ମାନନ୍ଦ ସରସ୍ବତୀ, ହାତୀ ଆଖଡ଼ା ମଠର ମହନ୍ତ ସୁଖରାମ ଦାସ,ଗୁଣ୍ଡିଚା ମନ୍ଦିର ଭାଗବତ ଆଶ୍ରମର ବ୍ରଜ ବନ୍ଧୁ ଦାସଜୀ, ସିଦ୍ଧବକୁଳ ମଠର ମହନ୍ତ ମହନ୍ତ ଶ୍ରୀନିବାସ ଦାସ ପ୍ରମୁଖ ଉପସ୍ଥିତ ଥିଲେ | ୫୦ ବର୍ଷ ଧରି ମହିପ୍ରକାଶ ମଠର ମହନ୍ତ ଗଦି ଖାଲି ରହିଥିଲା |ଏହି ମଠ ଶ୍ରୀମନ୍ଦିର ପରମ୍ପରା ସହିତ ଅନେକ ଦିନରୁ ଜଡିତ ରହି ଆସିଛି |ଆଜିର ଏହି ଉତ୍ସବ ପୁରୀବାସୀଙ୍କ ପାଇଁ ବହୁତ ମହତ୍ୱ ପୂର୍ଣ୍ଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି |