ଚଳିତ ବର୍ଷର ପ୍ରଳୟଙ୍କାରୀ ବନ୍ୟାରେ ପୁରୀଜିଲ୍ଲା ଗୋପ ବ୍ଲକରେ ଧନୁଆ ନଦୀରେ ଘାଇ ସୃଷ୍ଟି ହେବାରୁ ଅନେକ ଗାଁ ବନ୍ୟା ଜଳ ଦ୍ୱାରା ପ୍ରଭାବିତ ହୋଇଛନ୍ତି | ସେହି ପ୍ରଭାବିତ ଗ୍ରାମବାସୀ ମାନଙ୍କ ପାଇଁ ସାହିଭାଇ ଅନୁଷ୍ଠାନ ତରଫରୁ ରିଲିଫ ବଣ୍ଟନ କରାଯାଇଅଛି | ସାହିଭାଇ ପରିବାରର ସଦସ୍ୟଗଣ ସାଙ୍ଗରେ ଚୁଡା, ଚିନି , ବିସ୍କୁଟ , ଟର୍ଚ୍ଚ ଲାଇଟ, ମଶା ଧୂପ , ମହମବତୀ , ଦିଆସିଲି , ଔଷଧ, ଏବଂ କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ସହିତ ମହିଳା ମାନଙ୍କ ପାଇଁ ସାନିଟାରି ନାପକିନ ପ୍ୟାଡ ଇତ୍ୟାଦି ଧରି ବାହାରିଥିଲେ ଗୋପ ବ୍ଲକ ଅନ୍ତର୍ଗତ ଭଦିଶ ଗ୍ରାମ ଅଭିମୁଖେ |
ସେଠାରେ ପ୍ରାୟ ୮୦ ଘର ପରିବାର ରହୁଛନ୍ତି |ବନ୍ୟାର ଦଶଦିନ ପରେ ମଧ୍ୟ ଏହି ଗାଁ ଯିବାକୁ ହେଲେ ଏବେ ବି ପ୍ରାୟ ୩ କିମି ନଦୀରେ ଯିବାକୁ ପଡୁଛି ଡ଼ଙ୍ଗା ସହାୟତାରେ | ସେଠାରେ ପଂହଁଚିଲା ପରେ ଯାହା ଦେଖିଲୁ ତାହା ଅବର୍ଣ୍ଣନିୟ ଆଜି ବି ଗାଁ ମଧ୍ୟରେ ଆଣ୍ଠୁଏ ଉଚ୍ଚର ପାଣି ଲହଡି ମାରୁଛି |ଗାଁ ମଧ୍ୟରେ ଥିବା ଏକ ଉଚ୍ଚ ସ୍ଥାନରେ ନିରାଶୟ ଲୋକ ଙ୍କ ସହିତ ଗାଈଗୋରୁ ଗୃହ ପାଳିତ ପଶୁ ଈତ୍ୟାଦି ଆଶ୍ରୟ ନେଇଛନ୍ତି |
ଅବଶିଷ୍ଠ ଲୋକ ଘର ଛାତ ଉପରେ ରୋଷେଇ କରିବାର ଦୃଶ୍ୟ ଆଖିରୁ ଲୁହ ଗୁଡାକୁ ବୋହି ଯିବା ପାଇଁ ବାଧ୍ୟ କରିଦେଇଥିଲା |କିଛି ସମୟ ଗାଁ ସ୍ଥିତି ଅନୁଧ୍ୟାନ କରି ସାଙ୍ଗରେ ନେଇଥିବା ସମସ୍ତ ସହାୟତା ସାମଗ୍ରୀ ବିତରଣ କରି ଫେରିଥିଲା ସାହିଭାଇ ପରିବାର ଏବଂ ସାଙ୍ଗରେ ନେଇଆସିଥିଲା ଅନେକ ଆଶୀର୍ବାଦ ଆଉ ସ୍ନେହ ଶ୍ରଦ୍ଧା |