-
ସ୍ମୃତିଚାରଣ ସଭା,
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସାମ୍ବାଦିକତା ଏକ ବୃତ୍ତି ନୁହେଁ, ବ୍ରତ। ନିର୍ଭିକତା ସହ ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କଲେ ସମାଜର ହିତ ସାଧିତ ହେବା ସହ ଗଣମାଧ୍ୟମ ପ୍ରତି ଜନସାଧାରଣଙ୍କ ଆସ୍ଥା ଅତୁଟ ରହିବ ଏବଂ ସାମ୍ବାଦିକର ମର୍ଯ୍ୟାଦା ବୃଦ୍ଧି ପାଇବ । ଏହି ଆଦର୍ଶର ଅନୁଗାମୀ ହୋଇ ବିଶିଷ୍ଟ ସାମ୍ବାଦିକ ସ୍ଵଗର୍ତ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ସାମ୍ବାଦିକତା କରୁଥିଲେ ବୋଲି ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଓଡ଼ିଶାର ସର୍ବପୁରାତନ ତଥା ପ୍ରମୁଖ ସେବାନୁଷ୍ଠାନ “ ପୁରୀ ସେବା ସମିତି” ପକ୍ଷରୁ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ଖ୍ୟାତାନାମା ସାମ୍ବାଦିକ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତିଙ୍କ ୨୭ତମ ପୁଣ୍ୟତିଥି ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିମଳ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଦିବଂଗତ ଆତ୍ମା ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଶିଷ୍ଟ ସାମ୍ବାଦିକ ନାରାୟଣ ପ୍ରସାଦ ସିଂହ, ବିଜୟ କୁମାର ପଟ୍ଟନାୟକ, ବିଶ୍ବଜିତ ମିଶ୍ର, କବି ମାନସ ରଞ୍ଜନ ମହାପାତ୍ର, ବିଶିଷ୍ଟ ସମାଜସେବୀ ଚକ୍ରଧର ମହାପାତ୍ର, ସୁଭ୍ରାଂଶୁ ମୋହନ ପଟ୍ଟନାୟକ, ପ୍ରଭୁଦତ୍ତ ମିଶ୍ର, ଗୌରହରି ପ୍ରଧାନ ପ୍ରମୁଖ ସ୍ଵର୍ଗତ ମହାନ୍ତିଙ୍କ ବଳିଷ୍ଠ ବ୍ୟକ୍ତିତ୍ଵ, ବହୁମୁଖୀ ପ୍ରତିଭା, ଦକ୍ଷ ସାମ୍ବାଦିକତା ଓ ସମାଜସେବା ସଂପର୍କରେ ସ୍ମୃତିଚାରଣ କରିବା ସହ ଯୁବ ସାମ୍ବାଦିକ ଓ ସ୍ୱେଚ୍ଛାସେବୀମାନେ ତାଙ୍କ ଆଦର୍ଶର ଅନୁଗାମୀ ହେବାକୁ ଆହ୍ଵାନ ଜଣାଇଥିଲେ । ପ୍ରଜାତନ୍ତ୍ର, ଅମୃତ ବଜାର ପତ୍ରିକା ଓ ଆକାଶବାଣୀ ର ପ୍ରତିନିଧି ରୂପେ ଦକ୍ଷତାର ସହ ସ୍ଵର୍ଗତ ମହାନ୍ତିଙ୍କ କର୍ତ୍ତବ୍ୟ ସମ୍ପାଦନ ସମ୍ପର୍କରେ ବକ୍ତାମାନେ ଉଲ୍ଲେଖ କରିଥିଲେ । ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିଲେ ପୁରୀ ସେବା ସମିତିର ସମ୍ପାଦକ ରବିନ୍ଦ୍ର ନାଥ ସେନାପତି ଓ ସହ-ସମ୍ପାଦକ ସୌମେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ
କରିଥିଲେ । ସ୍ୱର୍ଗତ ମହାନ୍ତିଙ୍କ ସୁପୁତ୍ର ହିଂମାଶୁ କୁମାର ମହାନ୍ତି ତାଙ୍କ ପିତାଙ୍କ ସମ୍ପର୍କରେ ସ୍ମୃତିଗରଣ କରିଥିଲେ । ଏହି ଅବସରରେ ସାମ୍ବାଦିକ ବିଜୟ କୁମାର ପଟ୍ଟନାୟକ, ନାରାୟଣ ପ୍ରସାଦ ସିଂହ ଓ ବିଶ୍ବଜିତ ମିଶ୍ରଙ୍କୁ ସମ୍ବର୍ଦ୍ଧିତ ଏବଂ ସ୍ଵେଚ୍ଛାସେବୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ସେବା ସମିତିର କୋଷାଧ୍ୟକ୍ଷ ରବି ନାରାୟଣ ନନ୍ଦ, ସଂଜୟ ମହାନ୍ତି, କୁଷ୍ଠ ସାହୁ, ରାକେଶ, ବାସୁଦେବ ସାହୁ, ଅଭିଳାଷ ମହାପାତ୍ର, ଅଶ୍ବଜିତ୍ ମହାପାତ୍ର, ଓମ୍ ପ୍ରକାଶ ମହାନ୍ତି ଓ ବିସ୍ମୟ ପଟ୍ଟନାୟକ କାର୍ଯ୍ୟକ୍ରମ ପରିରଳନାରେ ସହଯୋଗ କରିଥିଲେ I