ଭୁବନେଶ୍ୱର – ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ବିଶିଷ୍ଟ ଶିକ୍ଷାବିତ୍, ରାଜନୀତିଜ୍ଞ, ସାମ୍ୟବାଦୀ ବ୍ୟକ୍ତିତ୍ୱ, ପ୍ରାକ୍ତନ ମନ୍ତ୍ରୀ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ଜୟନ୍ତୀ ଅବସରରେ ନୂଆପଲ୍ଲୀସ୍ଥିତ ତାଙ୍କ ବାସଭବନରେ ସ୍ମୃତିଚାରଣ ସଭା ଅନୁÂିତ ହେବା ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ଅବସରରେ ଅଭିଯାନର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀ ମତବ୍ୟକ୍ତ କରିଥିଲେ ଯେ, ସ୍ୱର୍ଗତ ବକ୍ସିପାତ୍ର ଥିଲେ ପ୍ରକୃତରେ ଜଣେ ସମାଜସେବୀ, ବିଶିଷ୍ଟ ରାଜନୀତିଜ୍ଞ,ଲେଖକ ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ । ତାଙ୍କ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେବାକୁ ଶ୍ରୀ ଶତପଥୀ ଆହ୍ୱାନ ଦେଇଥିଲେ ।
ସେହିପରି ପିଏମ୍ଜି ଛକଠାରେ ସାମ୍ବାଦିକ ଜଗତର ପିତାମହ, ବିଶିଷ୍ଟ ସାହିତି୍ୟକ, କର୍ମବୀର ଗୌରୀଶଙ୍କର ରାୟଙ୍କ ପ୍ରତିମୂର୍ତିଠାରେ ପୁଷ୍ପମାଲ୍ୟ ଅର୍ପଣ ସହ ଚତୁଃପାଶ୍ୱର୍ ସଫେଇ କାର୍ଯ୍ୟ କରାଯାଇଥିଲା । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଯେଉଁ ସବୁ ଗୁଣଗୁଡ଼ିକ ଆବଶ୍ୟକ ଥାଏ ତାହାର ପୂର୍ଣ୍ଣ ଗନ୍ତାଘର ଥିଲେ ସ୍ୱର୍ଗତ ଗୌରଶଙ୍କର । ତାଙ୍କର ଆଦର୍ଶରେ ଆଜିର ଯୁବପୀଢି ଓ ଅନ୍ୟାନ୍ୟ ବର୍ଗର ବ୍ୟକ୍ତିତ୍ୱମାନେ ଅନୁପ୍ରାଣିତ ହେଲେ ଏକ ଉତମ, ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ସେ କହିଥିଲେ ।
ଏହି ଅଭିଯାନରେ ଆବାହକ କିଶନ ବରାଇ ଓ ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସମେତ ସୀତାବଲ୍ଲଭ ମହାପାତ୍ର, ମନ୍ଜିତ କୌର, ଜ୍ଞାନେନ୍ଦ୍ର ପଲେଇ, ଚନ୍ଦ୍ରଭାନୁ କର ନାରାୟଣ ଖୁଂଟିଆ ଓ ତନ୍ମୟ ସାମନ୍ତରାୟ ପ୍ରମୁଖ ସାମିଲ ହୋଇଥିଲେ ।