
ଘସିପୁରା ,କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ କାଶି ବେଡା ଗ୍ରାମରେ ଶୁକ୍ରବାର ସକାଳ ସମୟରେ ଭାଲୁ ଆକ୍ରମଣରେ ଜଣେ (୫୫) ବର୍ଷୀୟ ବୃଦ୍ଧା ଓ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି।ଘଟଣାସ୍ଥଳ ରୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଓ ପରେ ପରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ପ୍ରକାଶ ଯେ କାଶି ବେଡ଼ା ଗ୍ରାମର ଗୁନ୍ଧରାମ ଗୁନ୍ଦୁଆ (୫୦) ଓ ତ।ଙ୍କ ସ୍ତ୍ରୀ ଜୁଙ୍ଗା ଗୁନ୍ଦୁଆ ଧାନ ବିଲରୁ କାମ କରିବାକୁ ଶୁକ୍ରବାର ସକାଳ ଯାଇଥିବା ବେଳେ । ହଠାତ ଏହି ସମୟରେ ତାଙ୍କ ନିକଟକୁ ଦୁଇଟି ଭାଲୁ ଚାଲି ଆସିଥିଲେ।ଗୋଟିଏ ଭାଲୁ ତାଙ୍କୁ ଆକ୍ରମଣ କରି ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ କରିବା ସହ ପିଠିରେ ରେ ଗଭୀର କ୍ଷତ କରି ଦେଇଥିଲା।ଚିତ୍କାର ଶୁଣି ଆଖ ପାଖ ରୁ ଲୋକେ ଦୌଡ଼ି ଆସିବାରୁ ଭାଲୁ ପଳାଇ ଯାଇଥିଲେ।ପରିବାର ଲୋକ ଘଟଣାସ୍ଥଳ ରୁ ତାଙ୍କୁ ଉଦ୍ଧାର କରି ଏକ ବୋଲେରୋ ଯୋଗେ ଆଣି ତାଙ୍କୁ ଠାକୁରମୁଣ୍ଡା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଓ ପରେ ପରେ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ହିିନ୍ଦୁସ୍ଥାନ ସମାଚାର ରତିକାନ୍ତ ସାହୁ