ଭୁବନେଶ୍ୱର – ସାମ୍ବାଦିକତାର ଦିଗ ବଦଳିଛି । ଏହା ବର୍ତମାନ କେବଳ ପ୍ରିଂଟ କିମ୍ବା ଇଲେକଟ୍ରୋନିକ୍ସ ମିଡିଆରେ ସୀମିତ ରହିନାହିଁ । ସୋସିଆଲ ମିଡିଆରେ ସାଧାରଣ ଲୋକେ ଯେଉଁଭଳି ଭାବେ ସକ୍ରିୟ ହେଉଛନ୍ତି ତାହା ବର୍ତମାନ ସାମ୍ବାଦିକଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅନେକ ଗୁରୁତ୍ୱପୂର୍ଣ୍ଣ ଖବର ସୋସିଆଲ ମିଡିଆ ଯୋଗୁ ଲୋକଲୋଚନକୁ ଆସିପାରୁଛି । କୌଣସି ଗୋଟିଏ ବିଷୟକୁ ପ୍ରତିÂିତ କରିବାକୁ ନିରବଚ୍ଛିନ୍ନ ଏବଂ ନିସ୍ୱାର୍ଥପର ସାଧନା କଲେ ଏହାର ଦୂରଗାମୀ ଫଳ ମିଳିଥାଏ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଶ୍ଚିମବଙ୍ଗ,ଆସାମ, ଆଣ୍ଡାମାନ ନିକୋବର, ଓଡିଶାର କ୍ଷେତ୍ରକାର୍ଯ୍ୟବାହ ଅଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ପ୍ରକାଶ କରିଛନ୍ତି ।
ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ବିଶ୍ୱ ସମ୍ବାଦ କେନ୍ଦ୍ର ଓଡ଼ିଶା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା “ପେନ୍ ଫର୍ ନେସନ’ରେ ଯୋଗଦେଇ ସେ କହିଲେ ଯେ, ସାମ୍ବାଦିକ କେବଳ ନିଜପାଇଁ ଲେଖିନୀ ଚାଳନା ନ କରି ରାଷ୍ଟ୍ରର ହିତ ପାଇଁ ଲେଖନୀ ଚାଳନା କରିବା ଦରକାର ।
ସାମ୍ବାଦିକତାକୁ ଗୋଟିଏ ଦିଗ ପ୍ରଦାନ କରି ଏହାକୁ ଗୋଟିଏ ସ୍ଥଳରେ ପହଂଚାଇବା ପାଇଁ କିଛି ଲୋକଙ୍କୁ ନିରବଚ୍ଛିନ୍ନ ସାଧନା କରିବାକୁ ପଡ଼ିବ । ସେଥିପାଇଁ ବିଶ୍ୱ ସମ୍ବାଦ କେନ୍ଦ୍ର ଏଭଳି କାର୍ଯ୍ୟକ୍ରମ ଆୟୋଜନ କରୁଛି । ଏହା ଦ୍ୱାରା କିଛି ଲୋକ ସାଧନାରେ ବ୍ରତୀ ହେବା ସହ ଏହାର ଦୂରଗାମୀ ପରିଣତି ଦେଖିବାକୁ ମିଳିବ । ସାମ୍ବାଦିକତା ପେଶା ନ ହୋଇ ଲେଖନୀ ଚାଳନା ଆମର ନିଶା ହେବା ଦରକାର । ସେଥିପାଇଁ ସାମ୍ବାଦିକମାନେ ରାଷ୍ଟ୍ର ସମ୍ପର୍କରେ ଅଧିକରୁ ଅଧିକ ଅଧ୍ୟୟନ କରିବା ଦରକାର ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରଦୀପର ପୂର୍ବତନ ସମ୍ପାଦକ ଜଗବନ୍ଧୁ ମିଶ୍ର ଯୋଗଦେଇ କହିଲେ ଯେ, ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକତା କ୍ଷେତ୍ରରେ ଅନେକ ଆହ୍ୱାନ ଦେଖାଦେଇଛି । ମାତ୍ର ସାମ୍ବାଦିକ ଏହି ସବୁ ଆହ୍ୱାନକୁ ସ୍ୱୀକାର କରି ରାଷ୍ଟ୍ରପ୍ରତି ମମତ୍ୱ ଭାବ ନିର୍ମାଣ ନ ହେବା ପର୍ଯ୍ୟନ୍ତ ରାଷ୍ଟ୍ରକୁ ନିଜର ବୋଲି ନ ଭାବିବା ପର୍ଯ୍ୟନ୍ତ ରାଷ୍ଟ୍ର ପାଇଁ ଲେଖନୀ ଚାଳନା ହେବନାହିଁ ବୋଲି କହିଥିଲେ ।
ସାମ୍ବାଦିକ ମାନେ ସମାଜରେ ଥିବା ସତ୍ୟକୁ ଉଜାଗର କରିବା ପାଇଁ ବ୍ରତୀ ହେଲେ ଏହି କାର୍ଯ୍ୟ ସଫଳ ହୋଇପାରିବ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିÂ ସମ୍ବାଦିକ ଯତିନ ଦାସ ଏବଂ ସ୍ତମ୍ଭକାର ସୌମେନ୍ଦ୍ର ଜେନା ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ଏବଂ ସହପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ଯଥାକ୍ରମେ ପ୍ରଥମ ଓ ଦ୍ୱୀତିୟ ସତ୍ରରେ ସଭାପତିତ୍ୱ କରିଥିଲେ । ଶିବପ୍ରସାଦ ନାୟକ,ଦୁର୍ଗାମାଧବ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।