ଗଂଜାମ, ଗଂଜାମ ଜିଲା ଶେରଗଡ ବ୍ଳକର ପିତଳ ପଂଚାୟତରେ ଗତ ପଂଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ଲାଗିରହିଛି। ଏହା ଥମିବାର ନାଁ ଧରୁନାହିଁ। ବର୍ତ୍ତମାନ ପୋଖରୀରେ ମାଛଜାଆଁଳ ଛାଡିବାକୁ କେନ୍ଦ୍ର କରି ଉଭୟ ବିଜୟୀ ଓ ପରାଜିତ ସରପଂଚଙ୍କ ଗୋଷ୍ଠୀ ମଧ୍ଧରେ ସଂଘର୍ଷ ଘଟି ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇ ଜଣ ହେଲେ ବାବୁ ପ୍ରଧାନ ଓ ପ୍ରତିପକ୍ଷର ହେଲେ ଗଗନ ଜେନା। ଦୁହିଁଙ୍କୁ ଚିକିତ୍ସା ନିମନ୍ତେ ହିଂଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ପରେ ଗଗନକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ହିଂଜିଳିକାଟୁ ପୁଲିସ ଗ୍ରାମରେ ପହଂଚି ଉଭୟ ପକ୍ଷର ଲିଖିତ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଅଭିମନ୍ଯୁ ଦାସ ସୂଚନା ଦେଇଛନ୍ତି।
Related Stories
November 22, 2024