ଭୁବନେଶ୍ଵର, ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼ ଜିଲ୍ଲା କୁତ୍ରାରେ ସର୍ବାଧିକ ୧୬୮.୦ ମି.ମି., କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୧୧୬.୮, ନୟାଗଡ଼ ଜିଲ୍ଲାର ବାରମୂଳରେ ୮୫.୧, ଅନୁଗୁଳ ଜିଲ୍ଲାର ବଅଁରପାଳରେ ୭୭.୪, କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ୭୬.୦, ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡାରେ ୭୪.୦, ଗଜପତି ଜିଲ୍ଲାର ମୋହନାରେ ୭୩.୮, ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୬୮.୦, ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୬୪.୪ , ଝାରସୁଗୁଡ଼ା ଜିଲ୍ଲାର କିରମରା ୬୨.୭, କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୬୨.୦ ଏବଂ ଢ଼େଙ୍କାନାଳ ଜିଲ୍ଲାର ପରଜଙ୍ଗରେ ୬୦.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।
ସେହିପରି ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରି ଜିଲ୍ଲାରେ ୩୫.୦ ଡ଼ିଗ୍ରୀ ସେଲସିୟସ୍ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ବୌଦ୍ଧରେ ୧୯.୦ ଡ଼ିଗ୍ରୀ ସେଲସିୟସ୍ ରହିଛି ।