ଘସିପୁରା, ଖଲଣା ଗୁଳିକାଣ୍ଡ ଘଟଣା ତଥା ସୁନନ୍ଦ ସେଠୀ ହତ୍ୟାର ୪୫ ଦିନ ପରେ ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଘୋଷ ଓ ତାଙ୍କର ଅନ୍ୟଜଣେ ସହଯୋଗୀ ଗିରିଧାରୀ ଘୋଷ ରାମଚନ୍ଦ୍ରପୁର ଥାନାରେ ଆଜି ଆତ୍ମ ସମର୍ପଣ କରିଛନ୍ତି। ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।
ପୂର୍ବରୁ ଏହି ଗୁଳିକାଣ୍ଡ ଘଟଣାରେ କରୁଣା କର ସା, ଅଜୟ ସାହୁ ଓ ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ଘୋଷଙ୍କ ମା କୋଇଲି ଘୋଷ ଓ ପରେ ଗୋପୀନାଥ ଦଳାଇ(ମିନି) ଓ ସୁଧାଂଶୁ ଶେଖର ରାଉତ(କୁନି) ଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ସୂଚନାରୁ ଜଣାଯାଏ, କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବହୁ ଚର୍ଚ୍ଚିତ ଖଲଣା ଗୁଳିକାଣ୍ଡ ଘଟଣାରେ ପୋଲିସ ଆଜିଯାଏ ମୋଟ ୭ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମୃତ ସୁନନ୍ଦଙ୍କ ଭାଇ ମନ୍ମଥ ସେଠୀ ୧୨ ଜଣ ଅଭିଯୁକ୍ତଙ୍କ ନାଁ ଏତଲାରେ ଦର୍ଶାଇଥିବା ବେଳେ ଆଜି ଯାଏ ମୁଖ୍ୟ ଅଭିଯୁକ୍ତଙ୍କ ସହିତ ମୋଟ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ପଞ୍ଚାୟତ ନିର୍ବାଚନରେ ଶାସକ ଗୋଷ୍ଠୀର ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ । ସେହି ଦିନଠାରୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଥିଲା ।