
ଭୁବନେଶ୍ୱର, ବନ୍ୟା ପ୍ରଭାବିତ ଅଂଚଳରେ କିଛି ସ୍ଥାନରେ ଡାଇରିଆ କେସ୍ ଆସିଛି ହେଲେ ହଇଜା ନାହିଁ ବୋଲି ସୂଚନା ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର । ୧୪ ବନ୍ୟା ପ୍ରଭାବିତ ଜିଲ୍ଲା ସ୍ଥିତି ନେଇ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୧୪ ପ୍ରଭାବିତ ଜିଲ୍ଲାରୁ ୯ ଶହ ଡାଇରିଆ ଓ ଝାଡ଼ାଜନିତ କେସ୍ ଆସିଛି । ସେ କହିଛନ୍ତି ଯେ ସାପ କାମୁଡ଼ା କେସ୍ ବି ଆସିଛି, ହେଲେ ମୃତ୍ୟୁ ହୋଇନାହିଁ ।