ଭୁବନେଶ୍ୱର, ଦେଶରେ ଚିକିତ୍ସା ପ୍ରଦାନ କରୁଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନାମ ପରିବର୍ତନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟରେ ବିଚାରଧୀନ ଥିବାରୁ ଭୁବନେଶ୍ୱରରେ ଥିବା ଏମ୍ସର ନାମ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ ନାମରେ ନାମିତ କରିବା ପାଇଁ ଉତ୍କଳ ସମ୍ମିଳନୀ ଦାବି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ଅନୁଯାଇ ଏମ୍ସ ଗୁଡିକର ନାମ ସ୍ଥାନୀୟ ଅଂଚଳର ପ୍ରସିଦ୍ଧ ବ୍ୟକ୍ତି କିମ୍ବା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ନାମରେ ନାମିତ କରାଯିବ ବୋଲି ପ୍ରସ୍ତାବ ଅଛି । ଏହି ପ୍ରସ୍ତାବ ବିଷୟରେ ଜଣା ପଡିବା ପରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ସମ୍ମିଳନୀର ଉପଦେଷ୍ଟା ବରିଷ୍ଠ ଅଧିବକ୍ତା ଅନନ୍ତ ପ୍ରସାଦ ଜେନା, ଉପ-ସଭାପତି ପ୍ର. ଡ. ସୁରେନ୍ଦ୍ର ମୋହନ ମିଶ୍ର ଓ ଉତ୍କଳ ସମ୍ମିଳନୀ ମେଂଚଶ୍ୱର ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ଏକତ୍ରିତ ହୋଇ ମିଳିତ ଭାବେ ଭୁବନେଶ୍ୱରରେ ଥିବା ଏମ୍ସର ନାମ ମଧୁବାବୁଙ୍କ ନାମରେ ନାମିତ କରିବା ପାଇଁ ଦାବି କରିଛନ୍ତି । ଏହି ମର୍ମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।
Related Stories
November 25, 2024