ଭୁବନେଶ୍ୱର, କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ପୁରସ୍କାର ପାଇଁ ମନୋନୀତ ହୋଇଥବା ସାହିତ୍ୟିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ବାଳ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ନରେନ୍ଦ୍ର ପ୍ରସାଦ ଦାସ ଓ ଯୁବ ପୁରସ୍କାର ପାଇବାକୁ ମନୋନୀତ ଦିଲ୍ଲୀପ ବେହେରାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବାରେ ଏହା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସହ ଉଭୟଙ୍କର ଆହୁରି ସଫଳତା କାମନା କରୁଛି ।
Related Stories
November 24, 2024
November 24, 2024