
ବାଲିଅନ୍ତା /ଭୁବନେଶ୍ୱର – କଟକ ସଦର ବ୍ଲକ ଆମଣ ଗ୍ରାମପଂଚାୟତ ଅଡାଳିଆ ଗ୍ରାମ ସଂକୀର୍ତନ ମଣ୍ଡଳୀ ମହନ୍ତ ଓ କଳାକାର ସ୍ୱର୍ଗତ ମାଗୁଣୀ ସାହୁଙ୍କ ଚତୁର୍ଦ୍ଧଶ ମୃତୁ୍ୟ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଓଡ଼ିଶୀ ସଂକୀର୍ତନ ସମାରୋହ ତାଙ୍କ ଗ୍ରାମରେ ଲକ୍ଷେଶ୍ୱର ଆଂଚଳିକ ଓଡ଼ିଶୀ ସଂକୀର୍ତନ ମହାମଣ୍ଡଳୀ ମହନ୍ତ ନଳିନୀ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଗତକାଲି ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧିକାରୀ ଚୈତନ୍ୟ ସାହୁ, ଉପଦେଷ୍ଟା ଲକ୍ଷ୍ମୀଧର ବେହେରା, ପବିତ୍ର ମୋହନ ସ୍ୱାଇଁ, ଜଗଦାନନ୍ଦ ରାଉତରାୟ, ନନ୍ଦକିଶୋର ସାହୁ, ବଳରାମ ସାହୁ, ମଧୁସୂଦନ ସାହୁ, ଜଟାଧାରୀ ବେହେରା ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ସାହୁଙ୍କ ଓଡ଼ିଶୀ ସଂକୀର୍ତନ ପାଇଁ ଜୀବନବ୍ୟାପୀ ଉତ୍ସର୍ଗୀକୃତ ମନୋଭାବ ଓ ତ୍ୟାଗର ବର୍ଣ୍ଣନା କରିଥିଲେ । ଏହି ଅବସରରେ ନୟାହାଟ, ବମ୍ଫକୁଦ, ଅଡାଳିଆ, ପାହାଳ, ଚାରିଘରିଆ, ଗୋହଳ, ଜୟପୁର, ଶାଳେଶ୍ୱର, ଅଟଳା, ସଂକୀର୍ତନ ମଣ୍ଡଳୀ ତରଫରୁ ଓଡ଼ିଶୀ ସଂକୀର୍ତନ ପରିବେଷଣ କରାଯାଇଥିଲା । ସ୍ୱର୍ଗତ ସାହୁଙ୍କ ପୁତ୍ର ଜିତେନ୍ଦ୍ର କୁମାର ସାହୁ, ସଂକୀର୍ତନ କଳାକାର ଓ ମହନ୍ତ ମଣ୍ଡଳୀଙ୍କୁ ଫୁଲଚନ୍ଦନ ଓ ଉତରୀୟ ପ୍ରଦାନ କରି ପ୍ରଣିପାତ ପୂର୍ବକ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।