ପୁରୀ, ବ୍ରହ୍ମଗିରି ଅଞ୍ଚଳର ବିକାଶ ପାଇଁ ବ୍ରହ୍ମଗିରି ବିକାଶ ମଞ୍ଚ (ବି. ବି.ଏମ) ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମଞ୍ଚର ଆବାହକ କୈଳାସ ପରିଡାଙ୍କ ନେତୃତ୍ଵରେ ପ୍ରଦାନ କରାଯାଇଛି। ଶ୍ରୀ ଅଲାରନାଥ ମନ୍ଦିର ବିକାଶ ପାଇଁ ୫-ଟି ସଚିବଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବା ସହ କାର୍ଯ୍ୟ ତ୍ଵରାନ୍ୱିତ କରାଯିବା ପାଇଁ ଦାବୀ କରିଥିଲେ। ପୁରୀ -ସାତପଡ଼ା ରାସ୍ତାରେ ଗାଈଗୋରୁ ଚଳପ୍ରଚଳ ବନ୍ଦ କରି ଗୋଶାଳା ଖୋଲାଯାଉ, ବନ୍ୟାରେ ପ୍ରଚୁର କଲିକତି ଦଳ ରତ୍ନଚିରା, ଭାର୍ଗବୀ, ଲୁଣା ନଦୀରେ ଜମିରହି ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି, ଏହାକୁ ସଫା କରାଯାଉ। ବନ୍ୟାରେ ଚାଷିଙ୍କୁ କ୍ଷୟକ୍ଷତି ଦିଆଯାଉ। ବାଲିହରଚଣ୍ଡୀ ମନ୍ଦିରର ଉନ୍ନତି ଓ ଚାରିପଟ ଉନ୍ନତିକରଣ କରାଯାଉ।
ଏହି ଦାବିପତ୍ର ଦେବା ସମୟରେ ଯୁବନେତା ଶକ୍ତି ପ୍ରସାଦ ପ୍ରଧାନ, ପ୍ରଦୀପ ପଲାଇ, ସତ୍ୟବ୍ରତ ବେହେରା, ସୂର୍ଯ୍ୟକାନ୍ତ ଦଳାଇ, ଜିତେନ୍ଦ୍ର ବେହେରା, ବିଦ୍ୟାଧର ମାଣିଆ, ଦେବାଶିଷ ଦଳାଇ, ସୁକାନ୍ତ ପ୍ରଧାନ ଓ ସଂଗ୍ରାମ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।