ମାଲକାନଗିରି, ଓଡିଶାର ଗରିବଶ୍ରେଣୀର ଲୋକମାନଙ୍କୂ ଉତ୍ତମ ସ୍ଵାସ୍ଥ୍ୟ ସେଵା ଯୋଗାଇ ଦେବାକୁ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ ଭାବରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଅଗଷ୍ଟ ମାସ ୨୦୧୮ ମସିହାରେ ଆରମ୍ଭ କରିଥିଲେ। କରୋନା ମହାମାରୀ ପରଠାରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିଥିଲେ । ସମସ୍ତ ଯୋଗ୍ୟ ପରିବାରକୁ ସ୍ମାଟ କାର୍ଡ ମଧ୍ୟ ପଞ୍ଚାୟତ ତରଫରୁ ଯୋଗାଇ ଦିଆଯାଇଥିଲା। ଏଭଳି ଏକ ଉତ୍ତମ ଯୋଜନାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶାର ଆହ୍ଵାନ କ୍ରମେ ୧୭ ଗୋଟି ଜିଲ୍ଲା ମାନଙ୍କରେ ଵିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଏକ ସର୍ଭେ କରାଯାଇଥିଲା। ଶ୍ରମଜୀବୀ ସଂଗଠନ, ମାଲକାନଗିରି ଜିଲ୍ଲାର ୭ ଗୋଟି ଵ୍ଲକରେ ପ୍ରାୟ ୨୫୦୦ ରୁ ଉର୍ଦ୍ଧ୍ବ ପରିବାରକୁ ନେଇ ଜିଲ୍ଲା ସ୍ତରରେ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ସଂଗଠନର କର୍ମୀମାନେ ଜାଣିବା ପାଇଁ ପାଇଥିଲେ ଯେ, ଏପର୍ଯ୍ୟନ୍ତ ଲୋକମାନେ ଜାଣି ନାହାଁନ୍ତି ବିଜୁ ସ୍ଵାସ୍ଥ୍ୟ କାର୍ଡ଼ କଣ ଓ ତାହାର ଵ୍ଯଵହାର କିପରି କରାଯିବ, ସେଥିରେ କି କି ଲାଭ ମିଳିବ ଓ କେଉଁଠାରେ ଚିକିତ୍ସିତ ହେବେ, କେତେ ଟଙ୍କାର ସୁବିଧା ମିଳିବ ଆଦି ବିଷୟରେ ସଚେତନ ନାହାନ୍ତି। ଏହି କାରଣରୁ ଶ୍ରମଜୀବୀ ସଂଗଠନ ତରଫରୁ ୪ ଟି ଦଳ ଗଠନ କରାଯାଇ ଜିଲ୍ଲାର ୭ ଗୋଟି ଵ୍ଲକର ୧୧୧ ଟି ପଞ୍ଚାୟତ ଓ ଗ୍ରାମ ସ୍ତରରେ ବିଜୁ ସ୍ଵାସ୍ଥ୍ୟ କାର୍ଡ ବିଷୟରେ ଲୋକ ମାନଙ୍କୁ ସଚେତନତା କରାଇଵା ସହିତ ସମସ୍ୟା ଦୂର କରାଇଵା ପାଇଁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜନପ୍ରତିନିଧି, ସ୍ଵାସ୍ଥ୍ୟ କର୍ମୀଙ୍କ ସହିତ ଯୋଗାଯୋଗ କରି ସମସ୍ୟା ସମାଧାନ କରିବା ଏହି ଅଭିଯାନର ଲକ୍ଷ୍ୟ ଥିବା ସଂଗଠନର ସଦସ୍ୟ ମୁକୁନ୍ଦ ମାଡକାମୀ, ଶ୍ରୀନୁ ସଲବମ, ରାମ ବଡ଼ନାୟକ, ମଦନ ହନ୍ତାଳ, ତ୍ରିନାଥ ବଡ଼ନାୟକ, ସୀତାରାମ ଦୁରୁଆ, ସନ୍ତୁ ସୋଡି, ଶୁଭଶ୍ରୀ ମାଢି ପ୍ରମୁଖ ମତ ପ୍ରକାଶ କରିବା ସହ ଏହି କାର୍ଯ୍ୟକ୍ରମ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ କହିଛନ୍ତି।
Related Stories
November 24, 2024
November 24, 2024