ମାଲକାନଗିରି, ମାଲକାନଗିରି ଜିଲ୍ଲା ସଦର ମହକୁମା ଏଚଡିଏଫସି ବ୍ୟାଙ୍କ ତରଫରୁ ଆଜି ଗ୍ରାମୀଣ ଋଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରାମୀଣ ଋଣ ମହୋତ୍ସବରେ ୨ ଜଣଙ୍କୁ କିଷାନ ଗୋଲ୍ଡ ଲୋନ୍ ,୨ ଜଣଙ୍କୁ ଟ୍ରାକ୍ଟର ଲୋନ, ୪ ଜଣଙ୍କୁ କାର ଲୋନ,୧୦ ଜଣଙ୍କୁ ବ୍ୟକ୍ତିଗତ ଲୋନ, ୭ ଜଣଙ୍କୁ ବିଜନେସ ଲୋନ୍, ୨୦ ଜଣଙ୍କୁ ଅଟଳ ପେନସନ ଯୋଜନା ଓ ୧୧ ଜଣଙ୍କୁ ସିସି ଲୋନ ପ୍ରଦାନ କରାଯାଇଥିଲା । ଏହି ଗ୍ରାମୀଣ ଋଣ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ବାଳ ମୁକୁନ୍ଦ ଭୂୟାଁ, ସମ୍ମାନିତ ଅତିଥି ଭାବେ ଏଲ ଡି ଏମ ନରସିଂହ ପାଢ଼ୀ, ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ସଞ୍ଜୟ ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି ଗ୍ରାମୀଣ ଋଣ ମହୋତ୍ସବରେ ମହିନ୍ଦ୍ରା, ଟାଟା, ପାୱାର ଟ୍ରାକ୍ଟର, ସ୍ଵରାଜ କମ୍ପାନୀ ଯୋଗଦାନ କରିଥିଲେ।