ଭୁବନେଶ୍ୱର,ହୀରାକୁଦ ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ମିଳିଛି । ଡ୍ୟାମ୍ ର ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ଫାଟ ରହିଛି । ଉଭୟ ବାମ ଓ ଦକ୍ଷିଣ ସ୍ପିଲେୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ଫାଟ ରହିଛି । ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି ।
୨୦୨୦ ମସିହାରେ ଡ୍ୟାମ୍ ସେଫ୍ଟି ରିଭ୍ୟୁ ପ୍ୟାନେଲ ଟିମ୍ ଯାଂଚ କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସ୍ପିଲୱେ ତଳମୁଣ୍ଡ ଯାଂଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ତେବେ ୧୯୯୯ ପରଠାରୁ ସର୍ଭେ କରାଯାଇନଥିବା ଜଣାପଡ଼ିଛି ।