ଭୁବନେଶ୍ୱର, ଭୁବନେଶ୍ୱରର ସଫ୍ଟୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି । ବେକ ବ୍ୟତୀତ ଶରୀରରେ ଆଉ କୌଣସି ସ୍ଥାନରେ କ୍ଷତି ଚିହ୍ନ ନଥିବା ଜଣାପଡ଼ିଛି ।
ଅନ୍ୟପକ୍ଷେ, ଶ୍ୱେତାଙ୍କ ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସୌମ୍ୟଜିତଙ୍କୁ ହେପାଜତକୁ ନେଇଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍ଙ୍କ ବିରୋଧରେ ୩୦୬ ଦଫା ପୋଲିସ ରୁଜୁ କରିଛି । ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସୌମ୍ୟଜିତ୍ଙ୍କୁ ନୋଟିସ କରିଥିଲା ।