ଭୁବନେଶ୍ୱର, ଚଳିତ ଥର ଶତାଧିକ ଲୋକଙ୍କୁ ନେଇ ଗଣେଶ ପୂଜା ହୋଇ ପାରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର । ଗଣେଶ ପୂଜାକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଏଥର ପରଦା ଆଢୁଆଳରେ ନୁହେଁ ବରଂ ସିଧାସଳଖ ଦର୍ଶନ କରିପାରିବେ ଭକ୍ତ । କୋଭିଡ୍ କଟକଣା ଉଠିଥିଲେ ମଧ୍ୟ ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ହୋଇଛି ୨ଟି ଅସ୍ଥାୟୀ ପୋଖରୀ । ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ କମିଶନରଙ୍କ ଅପିଲ । ପୂଜାରେ ବ୍ୟବହାର ହେଉଥିବା ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ପୋଖରୀରେ ପକାଇବାକୁ ଅନୁରୋଧ କରିଛନ୍ତି କମିଶନର ।