ନୂଆପଡ଼ା, ନୂଆପଡା ଜିଲ୍ଲା ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ପ୍ରତି ପ୍ରଶାସନ ତଥା ପୋଲିସ ବିଭାଗର ନିଷ୍କ୍ରିୟତା ଯୋଗୁଁ ଏହା ଅସମାଜିକ ଯୁବକ ମାନଙ୍କ ଚରାଭୂଇଁ ପାଲଟିଛି। ଗତକାଲି ରାତ୍ରି ସମୟରେ ଅସମାଜିକ ପ୍ରବୃତିର ଯୁବକ ମାନେ ଉନ୍ମତ କାଣ୍ଡ ଭିଆଇଛନ୍ତି। ଖଡିଆଳ ସ୍ବଂୟଶାସିତ ବିଦ୍ୟାଳୟର ପଡିଆ ମଧ୍ୟରେ ଥିବା ଗେଲେରି ଗେଟକୁ ଭାଙ୍ଗି ଦେଇଥିବାବେଳେ ଗେଲେରି ଉପରକୁ ପଶି ଗେଲେରିର ଚତୁପାର୍ଶ ପାଚେରିର ଖମ୍ବକୁ ମଧ୍ୟ ଭାଙ୍ଗି ଚୁରମାର କରିଦେଇଛନ୍ତି, ଯାହାକି କଲେଜର ସୌନ୍ଦ୍ୟର୍ଯ୍ୟ ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଛି। ମହାବିଦ୍ୟାଳୟ ପ୍ରତି ନା କଲେଜ କର୍ତୁପକ୍ଷ ନା ଜିଲ୍ଲା ପ୍ରଶାସନ ନା ପୋଲିସ ପ୍ରଶାସନ କୌଣସି ଦୃଷ୍ଟି ଦେଉନାହାନ୍ତି।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ଐତିହାସିକ ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ଜିଲ୍ଲାର ଏକ ମାତ୍ର ସର୍ବ ପୁରାତନ ସ୍ବଂୟଶାସିତ ବିଦ୍ୟାଳୟ ଅଟେ। ଏଥିରେ ଫୁଟବଲ ଖେଳ ଠାରୁ ନେଇ ଭଲିବଲ, ଜିମ ଭଳି ମଲଟି ଖେଳ ପଡିଆ ରହିଛି। ପ୍ରତିଦିନ ଖଡିଆଳର ବୟସ୍କ ଠାରୁ ଯୁବକ ମାନେ ସକାଳେ ଓ ସନ୍ଦ୍ୟାକାଳୀନ ଭ୍ରମଣରେ ଆସୁଥିବାବେଳେ ହେଲଥ କ୍ଲବ ଟିମ ଗେଲେରି ଉପରେ ଯୋଗାଭ୍ୟାସ କରନ୍ତି। ଏହା ପୂର୍ବରୁ ଗେଲେରି ଉପରେ ଅନେକ ଥର ପାନ ଛେପ ଠାରୁ ନେଇ ସିଗାରେଟ ବିଡି ପକେଇବା ସହ ଗୁଟଖା ଜରି ପଡିଥିବା ନଜିର ରହିଛି। ସେହିଭଳି କଲେଜ ପଡିଆରେ ମଦ ବୋତଲ ପାଣି ପାଉଚ ଓ କଣ୍ଡୋମ ପଡି ରହିବା ନିତ୍ୟ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ବିଗତ ଦିନରେ ଗାର୍ଲସ ହଷ୍ଟେଲର ସିସି ଟିଭି ଚୋରୀ ହେବାସହ କଲେଜର ପାଣି ଟେପ ନିତ୍ୟ ଦିନ ଚୋରୀ ହେଉଅଛି।
ସବୁଠାରୁ ପରିତାପର ବିଷୟ, ଖଡିଆଳ କଲେଜର କିଛି ଅଧ୍ୟାପକ କିଛି କଲର ଓ ଷ୍ଟାଇଲସ, ଏସି ମେସିନ, ଟେବୁଲ ଚେୟାରକୁ ମଧ୍ୟ ନେଇ ନିଜେ ବ୍ୟବହାର କରୁଥିବା ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର ବିଷୟ କଲେଜର ବହୁ ମୂଲ୍ୟବାନ ଗଛକୁ କାଟି କଲେଜ କେନଟିନ ଚୁଲିରେ ଭୋଜନ ପ୍ରସ୍ତୁତ ହେଉଥିବା ଦେଖାଯାଉଛି। ହେଲେ ପ୍ରଶାସନ ଏଥିପ୍ରତି ଆଖି ବୁଜିଦେବା କେତୁ ଦୂର ଯୁକ୍ତିଯୁକ୍ତ, ପ୍ରଶାସନ ଏ ଦିଗରେ ଦୃଷ୍ଟି ନଦେଲେ ଆଗାମି ଦିନରେ ପୁରାତନ ଛାତ୍ର ମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।