ଭୁବନେଶ୍ୱର, ଢେଙ୍କାନାଲ ଆଇନ ମହାବିଦ୍ୟାଳୟର ହେଡକ୍ଲର୍କ ଉତମ କୁମାର ରାଉତ ମଙ୍ଗଳବାର ଦିନ 8 ହଜାର 5 ଶହ ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ପୂର୍ବତନ ଛାତ୍ର ଠାରୁ ସେ ଲ ଡିଗ୍ରୀ ସାର୍ଟିଫିକେଟ ପ୍ରଦାନ କରିବାକୁ ସେ ଏହି ଲାଂଚ ନେଉଥିଲେ ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ ଏହି ସାର୍ଟିଫିକେଟ ଦେବାକୁ ଜଣେ ପୂର୍ବତନ ଛାତ୍ରଙ୍କ ଠାରୁ ଦଶ ହଜାର ଟଙ୍କା ଦାବି କରିଥିଲେ । ପରେ ସେ 8 ହଜାର 5 ଶହ ଟଙ୍କାରେ ରାଜି ହୋଇଯାଇଥିଲେ । ଏହା ପରେ ପୂର୍ବତନ ଛାତ୍ର ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ତାଙ୍କୁ ଧରିବାକୁ ଜାଲ ବିଛାଯାଇଥିଲା । ସେ ଲାଂଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରି ନେଇଥିଲେ । ତାଙ୍କ ଠାରୁ ସବୁ ଟଙ୍କା ଜବତ କରାଯାଇଛି ।