ବଲାଙ୍ଗିର,ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପଞ୍ଚାୟତର ଚାଷୀ ମାନେ ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣୀରେ ୨୦୨୧ ମସିହାର ମରୁଡି ସହାୟତା ରାଶି ପ୍ରଦାନ ବିଷୟରେ ସୋମବାର ଦିନ ଅଭିଯୋଗ କରିଛନ୍ତି । ଖପ୍ରାଖୋଲ ପଞ୍ଚାୟତ ଚାଷୀ ନେତା ତାପସ ରଞ୍ଜନ ବେହେରା ଓ ସୂର୍ଯ୍ୟକାନ୍ତ ସାହୁଙ୍କ ନେତୃତ୍ଵ ରେ ୩୦ ଜଣିଆ ପ୍ରତିନିଧି ଦଳ ସଙ୍ଗଠିତ ହୋଇଥିଲେ । ପାଟଣାଗଡରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲାପାଳ ଚଞ୍ଚଲ ରାଣାଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମାରୁ ବଞ୍ଚିତ ଥିବା ବିଷୟରେ ଅଭିଯୋଗ କରିଥିଲେ ।
ବିଗତ ବର୍ଷରେ ହୋଇଥିବା ମରୁଡି ସହାୟତା ରାଶି ମିଳିନ ନ ଥିବାରୁ ଚାଷୀମାନେ ଧାର କରଜ କରିଥିବା ଟଙ୍କା ସୁଝି ନପାରି ଚିନ୍ତାରେ ପଡ଼ିଥିବା କହିଥିଲେ । ଏନେଇ ପ୍ରଥମେ ଚାଷୀ ମାନେ ମରୁଡି ଘୋଷଣା ସ୍ଥଗିତ ଥିବା ବିଷୟରେ ତହସିଲଦାରଙ୍କୁ ଜୁଲାଇ ୪ ତାରିଖ ଦିନ ଦାବି ପତ୍ର ପ୍ରଦାନ କରିଛନ୍ତି । ହେଲେ ଆଜି ପଯ୍ୟନ୍ତ ବୀମା ରାଶି ମିଳି ନଥିବାରୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଏନେଇ ଜିଲ୍ଲାପାଳ ୭ ଦିନ ମଧ୍ୟରେ ବୀମା ରାଶି ମିଳିବ ବୋଲି ଚାଷୀ ମାନଙ୍କୁ କହିଥିଲେ ।