
-
୮ ହଜାର ୫୦୦ ଲାଂଚ ନେଉଥିଲେ
ଢ଼େଙ୍କାନାଳ, ଲାଂଚ ନେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ଢ଼େଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଉତମ କୁମାର ରାଉତ । ଜଣେ ପୁରାତନ ଛାତ୍ରଙ୍କୁ ଏଲଏଲବି ଡ଼ିଗ୍ରୀ ସାର୍ଟିଫିକେଟ ଦେବାକୁ ସେ ୧୦ ହଜାର ଟଙ୍କା ଦାବି କରିଥିଲେ । ପରେ ୮ ହଜାର ୫୦୦ ଟଙ୍କା ନେଲେ ସାର୍ଟିଫିକେଟ ଦେବେ ବୋଲି ରାଜି ହୋଇଥିଲେ । ଆଜି ସେ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
କଟକ ଓ ଢ଼େଙ୍କାନାଳ ଭିଜିଲାନ୍ସ ଟିମ୍ ପକ୍ଷରୁ ଏହି ଚଢ଼ଉ ହୋଇଥିଲା । ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ଉ ଜାରୀ ରହିଛି ।