ଭୁବନେଶ୍ଵର, ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତୀ ଉତରପଶ୍ଚିମ ମଧ୍ୟପ୍ରଦେଶ ଅଂଚଳରେ କେନ୍ଦ୍ରୀଭୂତ ଅବପାତ, ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି !
ଏହି ଅବପାତ ଆଜି ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତୀ ଉତରପଶ୍ଚିମ ମଧ୍ୟପ୍ରଦେଶ ଅଂଚଳରେ ସକ୍ରିୟ ଥିବା ବେଳେ, ଏହା ପଶ୍ଚିମ ଦିଗରେ ନିଜର ଗତି ପଥ ବଜାୟ ରଖିବା ସହ ଆଗାମୀ ୧୨ଘଂଟା ମଧ୍ୟରେ ଦୁର୍ବଳ ହୋଇ ଏକ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଥିଲା ଆଂଚଳିକ ପାଣିପାଗ ବିଭାଗ ।