
କନ୍ଧମାଳ, ମଙ୍ଗଳବାର ଫୁଲବାଣୀ ସଭାଗୃହ ଠାରେ ବିଶ୍ଵ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ତଥା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଚଉଦ ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସକାଳେ ଏକ ବାଇକ ରାଲି ଅନୁଷ୍ଠିତ ହୋଇଥିଲା। ଆୟୋଜିତ ସଭାରେ ବିଶ୍ଵହିନ୍ଦୁ ପରିଷଦ କେଦ୍ରିୟ ସାଧାରଣ ସମ୍ପାଦକ ମିଲନ୍ଦ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୁ ଧର୍ମ ଓ ଗୋ ସୁରକ୍ଷା ପାଇଁ ସେ ସର୍ବଦା ସଂଗ୍ରାମ କରି ଆସୁଥିଲେ, ତାଙ୍କର ଅଵର୍ତମାନ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି, ଏଣୁ ସ୍ଵାମୀଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆହ୍ଵାନ ଦେଇଥିଲେ। ସେହିପରି ମୁଖ୍ୟବକ୍ତା ଭାବେ କ୍ଷେତ୍ରୀୟ ସହ ସମ୍ପାଦକ ଗୌରୀ ପ୍ରସାଦ ବ୍ରହ୍ମା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ସପନ ଚକ୍ରବର୍ତି, ଓଡିଶା ପୂର୍ବ ସଂଗଠନ ସମ୍ପାଦକ ସ୍ଵାମୀ ଜୀଵନ ମୁକ୍ତାନନ୍ଦ ପୁରୀ, ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ସ୍ଵାମୀଜୀଙ୍କ ସ୍ମୃତି ଚାରଣ କରିଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲାର ବିଭିନ୍ନ ଅଞ୍ଚଳରୁ ବିଏଚପି ଓ ଏବିଭିପି, ବିଜେପି କର୍ମୀ ଏବଂ ଅନ୍ୟମାନେ ଯୋଗ ଦେଇଥିଲେ।