
-
ଅବିନାଶ ହେଲେ କାର୍ଯ୍ୟକାରୀ ସଭାପତି
ଭବାନୀପାଟଣା,ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଯୁବ କମିଟି ପରେ ଏବେ ଛାତ୍ର ବିଜେଡି ସାଂଗଠନିକ ପରିବର୍ତ୍ତନ କରାଯାଇଛି। ରାଜ୍ୟ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛାତ୍ର ସଂଗଠନକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ଛାତ୍ର ବିଜେଡିର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି । ଏହି ନୂତନ କମିଟିରେ ପୂନର୍ବାର ଟାଣୁଆ ଛାତ୍ର ନେତା ଅବିନାଶ ଠାକୁରଙ୍କୁ ରାଜ୍ୟର କାର୍ଯ୍ୟକାରୀ ସଭାପତି ଭାବରେ ଦାୟିତ୍ଵ ଦିଆଯାଇଛି। ସେ ୨୦୦୯ ମସିହାରେ ଭବାନୀପାଟଣା ସ୍ଵୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ସଭାପତି ଭାବରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରେ ୩ ଥର କଳାହାଣ୍ଡି ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଓ ରାଜ୍ୟ ସାଧାରଣ ସମ୍ପାଦକ ଭଳି ଗୁରୁ ଦାୟିତ୍ବ ତୁଲାଇ ସାରିଛନ୍ତି। ତାଙ୍କର ସାଂଗଠନିକ କାର୍ଯ୍ୟଦକ୍ଷତା ଓ ନେତୃତ୍ବ ପାଇଁ ଆଜି ଦ୍ବିତୀୟ ଥର ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବରେ ଗୁରୁ ଦାୟିତ୍ବ ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।
ସେହିଭଳି ଛାତ୍ର ଜନତାର ନୂତନ କମିଟିରେ ଅଜିତ କୁମାର ସାହୁଙ୍କୁ କଳାହାଣ୍ଡି ଜିଲ୍ଲା ସଭାପତି ଦାୟିତ୍ଵ ମିଳି ଥିବାବେଳେ ଛାତ୍ର ନେତା ଅଭିଷେକ ମହାପାତ୍ରଙ୍କୁ ରାଜ୍ୟ ଉପ ସଭାପତି, ଆଶିଷ ମହାପାତ୍ରଙ୍କୁ ସମ୍ପାଦକ, ଚିରାଗ ସିଂ ଦେଓଙ୍କୁ ଜୋନ ସଭାପତି ଦାୟିତ୍ବ ମିଳିଛି । ନୂତନ କମିଟିରେ କଳାହାଣ୍ଡି ଜିଲ୍ଲାର ଛାତ୍ର ନେତାମାନେ ସାମିଲ ହୋଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।