କନ୍ଧମାଳ, ଫୁଲବାଣୀ ସହରଠୁ ପ୍ରାୟ ୫ କିଲୋମିଟର ଦୂର କଲାଡି ଗ୍ରାମର ଅମିତ କହଁରଙ୍କ ବଗିଚାକୁ ଆଜି ସକାଳେ ଏକ ୧୨ ଫୁଟ ଲମ୍ବର ଅଜଗର ସାପ ପଶି ଆସିଥିବା ନେଇ କଲାଡି ଗ୍ରାମର ସଞ୍ଜୀବ କହଁର ଟିମ୍ ହ୍ୟୁମାନିଟି କନ୍ଧମାଳ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଯୋଗାଯୋଗ କରିଥିଲେ। ଖବର ପାଇ ତୁରନ୍ତ ଟିମ ର ଆବାହକ ଭି. ଲୋକନାଥ ରାଜୁଙ୍କ ନେତୃତ୍ଵରେ ଟିମ୍ ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ଆଲୋକ କୁମାର ବିଶୋଇ, ପ୍ରଫୁଲ କୁମାର ପୃଷ୍ଟି , ସସ୍ମିତା ସାହୁ, ଏସ.କେ. ଅବଦୁଲ ସାକୀର, ଅନୁପ ବିକ୍ରମ ପାତ୍ର, ରମେଶ ଚନ୍ଦ୍ର ମହାନ୍ତି ଏବଂ ରବୀନ୍ଦ୍ର ମହାରଣା ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ଆକାରରେ ବଡ଼ ଥିବା ସାପଟିକୁ ଦେଖି ଗାଁ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଟିମ୍ ସଦସ୍ୟଙ୍କ ଦ୍ଵାରା ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗାଁ ଠାରୁ ଦୂର ଜଙ୍ଗଲରେ ଛାଡ଼ି ଦିଆଯାଇଛି। ଟିମ୍ ର ତତ୍ପରତା ଏବଂ ସାହାସ ପାଇଁ ଗାଁ ଲୋକେ ସାଧୁବାଦ ଜଣାଇଛନ୍ତି।