ବଲାଙ୍ଗିର, ରବିବାର ସନ୍ଧ୍ୟାରେ ଭଗବତୀ କଲ୍ଯାଣ ମଣ୍ଡପରେ ବିଶ୍ଵହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ପଶ୍ଚିମ ପ୍ରାନ୍ତର ସମ୍ପାଦକ ଭକ୍ତ ଚରଣ ସାହୁ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ। ବର୍ତ୍ତମାନ ସମୟରେ ସମଗ୍ର ହିନ୍ଦୁ ସାମାଜ ପ୍ରତି ବିଭିନ୍ନ ପ୍ରକାର ବିପଦ ଓ ଏହାକୁ ପ୍ରତିହତ କରିବା ପାଇଁ ବିଶ୍ଵ ହିନ୍ଦୁ ପରିଷଦ ହାତକୁ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ଦେଇଥିଲେ। ପଶ୍ଚିମ ଓଡିଶାରେ ଅନୁପ୍ରବେଶକାରୀ, ଧର୍ମାନ୍ତରଣ, ଲଭ୍ ଜିହାଦ ବହୁତ ବଡ଼ ସମସ୍ୟା ଥିବାରୁ ଜାତି, ବର୍ଣ୍ଣ, ଭେଦଭାବ ଭୁଲି ହିନ୍ଦୁ ସମାଜ ଏକ ହୋଇ ପରିଷଦ ସହିତ ହାତ ମିଳାଇ କାର୍ଯ୍ୟ କରିବାକୁ ସେ ଆହ୍ଵାନ ଦେଇଥିଲେ।
ଜିଲ୍ଲା ସଭାପତି ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଶ୍ଵ ହିନ୍ଦୁ ପରିଷଦର ପଶ୍ଚିମ ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ପବିତ୍ର କୁମାର ଦାଶ ମଞ୍ଚାସୀନ ଥିଲେ। ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ସୌମ୍ୟ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଶ୍ଵହିନ୍ଦୁ ପରିଷଦ ମାତୃଶକ୍ତି ବିଭାଗ, ବଜରଙ୍ଗ ଦଳ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତଥା ବିଭିନ୍ନ ଅନୁଷ୍ଠାନ ଏଥିରେ ସହଯୋଗ କରିଥିଲେ।