
ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୨୦୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୫୨୬୪ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୨୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୯ ଜଣ କ୍ବାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୮୪ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ନୂଆ ୩୧୯ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୩୬୭୯ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୩୬୮ ରହିଛି ।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୨୦୩ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାରେ ୫, ବରଗଡ ଜିଲ୍ଲାରେ ୧୧, ଭଦ୍ରକ ଜିଲ୍ଲାରେ ୩, ବଲାଙ୍ଗିର ଜିଲ୍ଲାରେ ୧୪, ବୌଦ୍ଧ ଜିଲ୍ଲାରେ ୧, କଟକ ଜିଲ୍ଲାରେ ୧୦, ଦେବଗଡ ଜିଲ୍ଲାରେ ୪, ଗଜପତି ଜିଲ୍ଲାରେ ୩, ଜଗତସିଂହପୁର ଜିଲ୍ଲାରେ ୨, ଯାଜପୁର ଜିଲ୍ଲାରେ ୭, କଳାହାଣ୍ଡି ଜିଲ୍ଲାରେ ୪, କନ୍ଧମାଳ ଜିଲ୍ଲାରେ ୪ ଜଣ ଏବଂ ଖୋର୍ଦ୍ଧା ଜିଲ୍ଲାରେ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୧, ମୟୁରଭଞ୍ଜ ଜିଲ୍ଲାରେ ୯, ନବରଙ୍ଗପୁର ଜିଲ୍ଲାରେ ୮, ନୟାଗଡ ଜିଲ୍ଲାରେ ୭, ନୂଆପଡ଼ା ଜିଲ୍ଲାରେ ୧୦, ପୁରୀ ଜିଲ୍ଲାରେ ୯, ରାୟଗଡ଼ା ଜିଲ୍ଲାରେ ୪ ଜଣ, ସମ୍ବଲପୁର ଜିଲ୍ଲାରେ ୮, ସୋନପୁୁର ଜିଲ୍ଲାରେ ୬, ସୁନ୍ଦରଗଡ ଜିଲ୍ଲାରେ ୩୪ ଓ ଷ୍ଟେଟ ପୁଲରେ ୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।