କନ୍ଧମାଳ, ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀ ଗୁଡିକର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି। ପୋୖରାଧ୍ୟକ୍ଷା ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ପୋଖରୀ ଗୁଡିକ ସଫେଇ ନ ହୋଇ ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିଥିଲା। ଲୋକେ ପ୍ରାୟତଃ ବ୍ୟବହାର କରୁନଥିଲେ। ବର୍ତମାନ ପୋୖରାଧ୍ୟକ୍ଷା ସ୍ମିତାଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ, ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ସବୁ ପୋଖରୀ ଗୁଡିକର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଯେପରି ପୂର୍ବଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ, ସେଥିପ୍ରତି ପୌରପରିଷଦ ବିଶେଷ ଦୃଷ୍ଟି ଦେଉଥିବା ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି କହିଛନ୍ତି। ଏଥିରେ ସହରବାସିଙ୍କ ସହଯୋଗ କାମନା କରିଛନ୍ତି ସ୍ମିତା । ସହରବାସୀଙ୍କ ସହଯୋଗ ରହିଲେ ଫୁଲବାଣୀ ସହର ସରସ, ସୁନ୍ଦର ଓ ଆକର୍ଷଣୀୟ ସହର ଭାବେ ପରିଗଣିତ ହୋଇପାରିବ ବୋଲି ସ୍ମିତା କହିଛନ୍ତି। ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହରକୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ କରାଯାଉଥିବା କହିଛନ୍ତି । ଦାୟୀତ୍ଵ ଗ୍ରହଣ କରିବାର ଖୁବ କମ ଦିନ ମଧ୍ୟରେ ସହରର ରାସ୍ତା, ଡ୍ରେନ, ଆଲୋକ ବ୍ୟବସ୍ଥା, ସଫେଇରେ ବ୍ୟାପକ ସୁଧାର ଆସିଥିବା ବିଜେପି ନଗର ସଭାପତି ସୁଶାନ୍ତ କହିଛନ୍ତି ।
୧ ନମ୍ବର କାଉନ୍ସିଲର ମୃତ୍ୟୁଞ୍ଜୟ ପେରା, ବିକ୍ରମ ବେହେରା ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଇଥିଲା ।