ଭୁବନେଶ୍ୱର – ଆଜି କଳାଭୂମି-ହସ୍ତଶିଳ୍ପ ସଂଗ୍ରହାଳୟଠାରେ ସକାଳ ୧୧ଟା ସମୟରେ ପିଲାମାନଙ୍କ ପାଇଁ ଟ୍ରେଜର ହଂଟ୍ ଅନୁଷ୍ଠିତ ହୋଇଯାଇଛି । ଏଥବରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଯୋଗଦେଇ ସମୁଦାୟ ୮ଟି ପ୍ରକୋଷ୍ଠ ଟେରାକୋଟା, ପାରମ୍ପରିକ ଚିତ୍ରକଳା, ପଥର ଓ କାଠ ଖୋଦେଇ, ଧାତବ କଳାକୃତି, ପ୍ରାକୃତିକ ଦ୍ରବ୍ୟରେ ପ୍ରସ୍ତୁତ ହସ୍ତଶିଳ୍ପ, ବୟନ, ଜନଜାତି ଗ୍ୟାଲେରୀ, ହସ୍ତତନ୍ତ ଗ୍ୟାଲେରୀକୁ ପ୍ରତିଯୋଗୀମାନେ ଯାଇ ପ୍ରତି ପ୍ରଶ୍ନର ଉତର ଦେଇଥିଲେ ।
ଶେଷରେ ପ୍ରତିଯୋଗୀମାନଙ୍କୁ ମନୋନୀତ କରାଯାଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ କଳାଭୂମି ପକ୍ଷରୁ ହସ୍ତଶିଳ୍ପ ସାମଗ୍ରୀ ଉପହାର ଦିଆଯାଇଥିଲା । ପିଲାମାନଙ୍କ ମଧ୍ୟରେ ଏହା ଏକ ଅନନ୍ୟ କାର୍ଯ୍ୟକ୍ରମ ଥିଲା ଓ ସେମାନେ ଉତ୍ସୁକତାର ସହିତ ପ୍ରଶ୍ନ ଗୁଡ଼ିକର ଉତର ଦେଇଥିଲେ ଏବଂ କଳାଭୂମିର ଗ୍ୟାଲେରୀ ଦେଖି ହସ୍ତଶିଳ୍ପ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ ବୋଲି କଳାଭୂମି ସୂତ୍ରରୁ ପ୍ରକାଶ ।