ଭୁବନେଶ୍ୱର, ସଂପ୍ରତି ଉତର ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟାସ୍ଥିିତିରେ ମତ୍ସ୍ୟ ଓ ପ୍ରାଣୀସଂପଦର ସୁରକ୍ଷା ଓ ବନ୍ୟା ପରିଚାଳନା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଲେଶ୍ୱର ଓ ମୟୂରଭଞ୍ଜକୁ ପଠାଯାଇଛି ।
ମତ୍ସ୍ୟ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଶଶିକାନ୍ତ ଆଚାର୍ଯ୍ୟଙ୍କୁ ବାଲେଶ୍ୱର ଓ ଜୋଆଚିମ୍ ଲାକ୍ରାଙ୍କୁ ମୟୂରଭଞ୍ଜ ଜିଲ୍ଲା ଦାୟିତ୍ୱରେ ରଖାଯାଇଛି । ଅଧିକାରୀ ଦ୍ୱୟ ବନ୍ୟାସ୍ଥିତିର ଆକଳନ କରି ମତ୍ସ୍ୟ ସଂପଦର ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗ ଦ୍ୱାରା ଜାରି କରାଯାଇଥିବା ବନ୍ୟା ପରିଚାଳନାର ମାର୍ଗଦର୍ଶିକାର କ୍ଷେତ୍ର ଅଧିକାରୀମାନେ ଅନୁପାଳନକୁ ନିଶ୍ଚିତ କରିବା ସହ ସମସ୍ତ କାର୍ଯ୍ୟ ତଦାରଖ କରିବେ । ନିୟମିତ ବ୍ୟବଧାନରେ ବନ୍ୟାର ସ୍ଥିତି ସଂପର୍କରେ ମଧ୍ୟ ବିଭାଗକୁ ଅବଗତ କରାଇବା ନିମନ୍ତେ ଅଧିକାରୀ ଦ୍ୱୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଯୁଗ୍ମ ନିର୍ଦ୍ଦେଶକ ପବିତ୍ର କୁମାର ବେହେରାଙ୍କୁ ନିର୍ଦ୍ଦେଶାଳୟର କେଂଟ୍ରାଲ ରୁମ ତଦାରଖ ଦାୟିତ୍ୱରେ ରଖାଯାଇଛି ।
ସେହିପରି ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଡ. ସଂଜୟ କୁମାର ପଣ୍ଡାଙ୍କୁ ବାଲେଶ୍ୱର ଜିଲ୍ଲାର ବନ୍ୟା ରିଲିଫ୍ କାର୍ଯ୍ୟ ତଦାରଖ କରିବା ନିମନ୍ତେ ତୁରନ୍ତ ବାଲେଶ୍ୱର ସିଡିଭିଓଙ୍କ କାର୍ଯ୍ୟାଳୟକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।