ପୁରୀ, ଶ୍ରୀକ୍ଷେତ୍ର ପଂଚତୀର୍ଥ ମଧ୍ୟରୁ ଅନ୍ୟତମ ଶ୍ଵେତଗଙ୍ଗାପୁଷ୍କରିଣୀରେ ଆଜି ସକାଳେ ଜଣେ ଯୁବକ ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ସ୍ଥାନୀୟ ଯୁବକ ଓ ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯୁବକ ଜଣକ ନିକଟସ୍ଥ କାଳିକାଦେବୀ ସାହିର ଦେବଦତ ସାମନ୍ତରାୟ (୧୮) ବୋଲି ଜଣାପଡିଛି । ଟାଉନ୍ ଥାନା ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି ।
Related Stories
November 24, 2024
November 24, 2024