
ବଲାଙ୍ଗିର , ସତ୍ୟ ନାରାୟଣ ବେହେରା ଶ୍ରୁତି କମିଟି ଆନୁକୁଲ୍ୟରେ ଆଜି ଅପରାହ୍ନ 4 ଘଣ୍ଟାରେ ସ୍ତାନୀୟ ପତିତପାବନ ଏକାଡେମୀ ରେ ”ସାମ୍ପ୍ରତିକ ସମାଜରେ ସାମ୍ବାଦିକତା ” ଶୀର୍ଷକରେ ଦିବଙ୍ଗତ ସତ୍ୟନାରାୟଣ ବେହେରା ସ୍ମୃତିରେ ବଲାଙ୍ଗିର ସାମ୍ବାଦିକତା ରେ କୁ ପେସା ରୂପରେ ଆରମ୍ଭ କରିଥିବା ସାମ୍ବାଦିକତା ଉପରେ ଆଲୋଚନାରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ବିଧାୟକ ବିଧାନସଭା ରେ କଂଗ୍ରେସର ନେତା ନରସିଂହ ମିଶ୍ର, ଆଲୋଚନା ରେ କବି ଭାଗୀରଥୀ ମିଶ୍ର ଓ ରୋଟାରିଆନ ଧର୍ମେନ୍ଦ୍ର ନନ୍ଦ ଭାଗ ନେଇ ବର୍ତ୍ତମାନ ସ୍ଥିତିରେ ସାମ୍ବାଦିକତା ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ | କବି ଅଚ୍ୟୁତ ପୁରୋହିତ ଓ ଡା ବେଣୁଧର ପାଣ୍ଡେ ତାଙ୍କର ସ୍ମୃତିରେ ଦୁଇଟି କବିତା ପାଠ କରିଥିଲେ |ଶ୍ରୁତି କମିଟି ର ବିଭୁ କଲ୍ଯାଣ ଗଡତିଆ, ପ୍ରଦୀପ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ହୋଇଥିବା ବେଳେ ସାମ୍ବାଦିକ ଜ୍ୟୋତ୍ସ୍ନା ଦାଶ ଷଡଙ୍ଗୀ ସଂଯୋଜନା କରିଥିଲେ | ପୂର୍ବରୁ ସ୍ଵର୍ଗତ ବେହେରା ଙ୍କ ପ୍ରତିକୃତୀରେ ପୁଷ୍ପମାଳା ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରିଥିଲେ | ଏହି କାର୍ଯ୍ୟକ୍ରମରେ ନଗର ବହୁ ଶ୍ରେଣୀର ଶ୍ରୋତା ଉପସ୍ଥିତ ରହି ଆଲୋଚନା ଚକ୍ର କୁ ଶୁଣିଥିଲେ | ଶେଷରେ ବିଶ୍ୱଜିତ୍ ଦାଶ ଧନ୍ଯବାଦ୍ ଅର୍ପଣ କରିଥିଲେ |