ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଆନୁକୁଲ୍ୟରେ ପଶ୍ଚିମ ଓଡିଶାର ପ୍ରାଥମିକ ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସମ୍ବଲପୁର ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲା ସଭାନେତ୍ରୀ ରଚନା ସିଂ ଓ ସଂପାଦକ ପ୍ରଶାନ୍ତ ନାଥଙ୍କୁ ପଶ୍ଚିମ ଓଡିଶା ଶିକ୍ଷକ ସଂଘର ସ୍ୱାଗତ କରାଯାଇଥିଲା । ସମ୍ବଲପୁର ଜିଲ୍ଲାର ପୂର୍ବତନ ସଭାନେତ୍ର ସ୍ୱର୍ଣ୍ଣକାନ୍ତୀ ସାହୁ ଓ ସଂପାଦିକ ଜୟନ୍ତୀ ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ପୂର୍ବତନ ଶିକ୍ଷକ ସଂଘର ସଂପାଦକ ଡମ୍ବରୁଧର ପାଣିଗ୍ରାହୀ ଓ ସୁନାମଧନ୍ୟ ଶିକ୍ଷକ ମଧୁସୁଦନ ନାୟକଙ୍କୁ ଅବସର କାଳୀନ ସମ୍ନାନ ପ୍ରଦର୍ଶନ କରାଯାଇଥିଲା । ବୈାଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ସଭାପତି ନିଳାଚଳ ଭୋଇ ଓ ସଂପାଦକ ଶିଶିର ଖଟୁଆଙ୍କୁ ପ୍ରାଥମିକ ଶିକ୍ଷା ଓ ଶିକ୍ଷକ ପାଇଁ ପ୍ରଗାଢ ପରିଶ୍ରମ କରୁଥିବା ହେତୁ ଉଚ୍ଚ ପ୍ରଶଂସା କରାଯାଇଥିଲା । କୋଭିଡ୍ -୧୯ ପରେ ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷାକୁ ସଜାଡିବା ପାଇଁ ଶିକ୍ଷକ ସଂଘ ଛାତ୍ର ଅଭିଭାବକ ସହ ମିଶି ପ୍ରାଥମିକ ଶିକ୍ଷାର ଉନ୍ନତି କରିବାକୁ ସଂକଳ୍ପବଦ୍ଧ ହେଲେ । ବିଦ୍ୟାଳୟକୁ ପରିଦର୍ଶନ କରି ଯାଉଥିବା ଅଭିଭାବକ, ବିଭାଗୀୟ ଅଧିକାରୀ ସମସ୍ତେ ଛାତ୍ର ଛାତ୍ରୀଙ୍କ ସହ ମିଶି ଶୈକ୍ଷିକ ସ୍ତରର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ନିଷ୍ପତ୍ତି ନେଲେ । ଏହା ବ୍ୟତିତ ପୁରୁଣା ପେନସନ ସ୍କିମ ପାଇଁ ଦସ୍ତଖତ ଅଭିଯାନ ଓ ଶିକ୍ଷକମାନଙ୍କ ଘରଭଡା ତଥା ମଧ୍ୟାହ୍ନ ଭୋଜନର ରନ୍ଧନ ମୁଲ୍ୟ ବଢାଇବାକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଚାର୍ଯ୍ୟ ସୁତ୍ରେ ସୁନା ପରାମର୍ଶ ଦେଲେ । ଶେଷରେ ସଭାନେତ୍ରୀ ଶାନ୍ତିଲତା ସାହୁ ଉପସ୍ଥିତ ସମସ୍ତ ଜିଲ୍ଲାର ସଦସ୍ୟ ବିଶେଷ କରି ବରଗଡ ଜିଲ୍ଲାର ସଂପାଦକ ତେଜରାଜ ହୋତା ଓ ସମସ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ କଲେ ।
Related Stories
November 24, 2024
November 24, 2024