ମାଲକାନଗିରି, ୧୯୪୨ ମସିହା ଅଗଷ୍ଟ ମାସ ୨୧ ତାରିଖ ଅବିଭକ୍ତ କୋରାପୁଟ ମାଟିରେ ଏକ ମହାନ ବିପ୍ଲବ ଘଟିଥିଲା, ଯାହା ମାଥିଲି ଗୁଳିକାଣ୍ଡ ଦିବସ ଭାବେ ପରିଚିତ । କର ବା ମର ” ଡାକରାରେ ଅନୁପ୍ରାଣିତ ହୋଇ ବୀର ବିପ୍ଳବୀ ଲକ୍ଷ୍ମଣ ନାୟକଙ୍କ ନେତୃତ୍ବରେ ହଜାର ହଜାର ଦେଶ ପ୍ରେମୀ “ ଇଂରେଜ ଭାରତ ଛାଡ଼ ଡାକରାରେ ଏ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ। ୨୧ ଅଗଷ୍ଟ ( ଶୁକ୍ରବାର ) ମାଥିଲି ହାଟପଦା ଠାରେ ସମସ୍ତ ସଂଗ୍ରାମୀ ଏକତ୍ରୀତ ହୋଇଥିଲେ । ପୋଲିସ ଥାନାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ମନସ୍ଥ କରି ଅହିଂସା ମାଧ୍ୟମରେ ପୁଲିସ ଥାନା ଆଡକୁ ମାଡି ଚାଲିଲେ। ଭାରତ ମାତାର ଜୟଗାନ କରି ଥାନା ସମ୍ମୁଖରେ ପହଞ୍ଚିବା କ୍ଷଣି ପୂର୍ବରୁ ପ୍ରସ୍ତୁତ ବ୍ରିଟିଶ ସରକାରଙ୍କ ପୋଲିସ , ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ଅତର୍କିତ ଗୁଳିବର୍ଷଣ କରିଥିଲେ । ଏହାଦ୍ବାରା ଅନେକ ସଂଗ୍ରାମୀ ସେହି ସ୍ଥାନରେ ଟଳି ପଡ଼ିଲେ। ଅନ୍ୟ କିଛି ସଂଗ୍ରାମୀ ଜଙ୍ଗଲ ଭିତରେ, ରାସ୍ତା କଡରେ, ଘରେ ପହଞ୍ଚିବା ବାଟରେ ନଈ ନାଳରେ ପଡି, ସେହି ସ୍ଥାନରେ ଟଳି ପଡ଼ିଲେ। ଅନ୍ୟ କିଛି ସଂଗ୍ରାମୀ ଜଙ୍ଗଲ ଭିତରେ, ରାସ୍ତା କଡରେ, ଘରେ ପହଞ୍ଚିବା ବାଟରେ, ନଇ ନାଳରେ ପଡି ମାଟି ମା ପାଇଁ ଶହୀଦ ହେଲେ।ଏହି ଗୁଳିକାଣ୍ଡରେ ସହିଦ ହୋଇଥିବା ଅନେକ ମାଟିପ୍ରେମୀଙ୍କ ସଠିକ୍ ହିସାବ ଆଜିପର୍ଯନ୍ତ ମିଳି ପାରିନାହିଁ । ଭାରତ ଇତିହାସରେ ଏହି ମହାନ୍ ଦିବସ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବା କଥା।କିନ୍ତୁ ଦୁଃଖର ବିଷୟ ଏହିକି ଯେ, ଦେଶ ସ୍ବାଧୀନ ହୋଇ ୭୫ ବର୍ଷ ଅତିବାହିତ ହୋଇଯାଇଛି। ତଥାପି ଏହା ସମ୍ଭବ ହୋଇପାରି ନାହିଁ। ପ୍ରତେକ ବର୍ଷ ଅଗଷ୍ଟ ୨୧ ତାରିଖରେ ରକ୍ତ ରଞ୍ଜିତ ଏହି ମାଟିର ଶହୀଦ ସ୍ତମ୍ଭରେ, ଏ ମାଟିର ମାଟିପ୍ରେମୀ ମାନେ ବୀର ଶହୀଦ ମାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥାନ୍ତି। ହେଲେ, ଅବିଭକ୍ତ କୋରାପୁଟ ମାଟିର ଗର୍ବ ଓ ଗୌରବ ଏହି ବୀର ବୀପ୍ଲବି ଅମର ଶହୀଦ ମାନଙ୍କର ବାସ୍ତବିକ ଇତିହାସ ସଂପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିପାରି ନାହିଁ । ଆଶା କରୁଛୁ ଆଗାମୀ ଯୁବ ପିଢ଼ି ଏହି ସତ୍ୟତାକୁ ଉପଲବ୍ଧ କରି ଅବିଭକ୍ତ କୋରାପୁଟ ମାଟିର ବାସ୍ତବତାକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପହଞ୍ଚାଇବେ ତଥା ଏ ମାଟିକୁ ଗୌରବାନ୍ବିତ କରିବା ସହିତ ନିଜେ ମଧ୍ୟ ଗର୍ବିତ ହେବେ। ଏହି ଗୁଳିକାଣ୍ଡ ଦିବସରେ ଦେଶ ମାତୃକାର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ସମସ୍ତ ସଂଗ୍ରାମୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ମାଥିଲି ଗୁଳିକାଣ୍ଡ ଦିବସ ପାଳନ ପାଇଁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଗୁଡିକୁ ନିର୍ଦେଶ ଦେବା ସହ ଏହି ଦିନ ସରକାରୀ ଛୁଟି ଘୋଷଣା କରିବା, ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକର ପାଠ୍ୟପୁସ୍ତକରେ ମାଥିଲି ଗୁଳିକାଣ୍ଡ ସମ୍ପର୍କରେ ସ୍ଥାନିତ କରିବା ସହ ମାଲକାନଗିରି ଜିଲ୍ଲାର ମହାନ ସ୍ଵାଧୀନତା ସଂଗ୍ରାମୀ ତାମା ଦୋରାଙ୍କୁ ସ୍ଵାଧୀନତା ସଂଗ୍ରାମୀ ଭାବେ ସରକାରୀ ସ୍ଵୀକୃତି ପ୍ରଦାନ ପାଇଁ ମାଥିଲି ଅଞ୍ଚଳର ବରିଷ୍ଠ ଆଦିବାସୀ ନେତା ଶମ୍ଭୁ ପ୍ରସାଦ ଅନୁଗୁଳିଆ ଦାବୀ କରିଛନ୍ତି।
Related Stories
November 1, 2024