ପୁରୀ, ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ଓ ଶ୍ରୀକ୍ଷେତ୍ର ୱlର୍କସ କ୍ଲବର ମିଳିତ ଆନୁକୁଲ୍ୟରେ ବାଘ ଆଖେଡା ମଠ ପରିସରରେ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଛି। ମଞ୍ଚର ସଭାପତି ଡଃ. କାର୍ତ୍ତିକ କୁମାର ଦାସ ଏଥିରେ ଅଧ୍ୟକ୍ଷତା କରିଥିଲେ। ଉତ୍ସବରେ ମତ ପ୍ରକାଶ ପାଇଥିଲା ଯେ, ସେତେବେଳେ ଯୌଥ ପରିବାର ଥିଲା ତାହା ଏବେ ଦେଖିବାକୁ ମିଳୁନାହିଁ। ସେତେବେଳେ ଜନସଂଖ୍ୟା କମ ଥିଲା ପିଲା ମାନେ ସଦାସର୍ବଦା ଗୁରୁଜନ, ପିତାମାତାଙ୍କୁ ସମ୍ମାନ ଜଣାଇବା ସହ ଶ୍ରଦ୍ଧା କରୁଥିଲେ। ତାହା ଆଜି କା ଦିନରେ ଲୋପ ପାଇଛି। ବର୍ତ୍ତମାନ ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଗସ୍ତ କରିବା ସହ ସେଠାରେ ନିଜର ଜୀବିକା ନିର୍ବାହ କରୁଛନ୍ତି। ଯେତେବଳେ ନିଜ ମାଟିକୁ ଫେରୁଛନ୍ତି ସେତେବେଳେ ଆମ ପରମ୍ପରା ସଂସ୍କୃତି ସମ୍ପର୍କରେ ସେମାନେ ଅଜ୍ଞ ରହୁଛନ୍ତି। ବିଶେଷତଃ ବୃଦ୍ଧ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ ଥିଲେ ମଧ୍ୟ ସେ ନିଜର ଜୀବନ ଓ ଜୀବିକାକୁ ଗୁରୁତ୍ଵ ଦେବା ସ୍ଵାଭାବିକ। ଏବେ ପରମ୍ପରାର ଅବକ୍ଷୟ ଘଟିଛି। ବରିଷ୍ଠ ନାଗରିକ ଓ ବୃଦ୍ଧ ପିତାମାତାଙ୍କୁ ଆବଶ୍ୟକୀୟ ସମ୍ମାନ ବା ସେବା ମିଳୁନାହିଁ। ଯାହା ବର୍ତ୍ତମାନ କ୍ଷୋଭର ବିଷୟ।
ପ୍ରାରମ୍ଭରେ ମଞ୍ଚର ସମ୍ପାଦକ ଦେବେନ୍ଦ୍ର କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବରସରେ ଏକ ଆଲୋଚନାଚକ୍ରରେ ଶ୍ରିକର୍ଣ୍ଣ ପ୍ରଧାନ, ବିଭୂତି ଭୂଷଣ କର, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ତ୍ରିବିକ୍ରମ ମିଶ୍ର, ଚିତ୍ତ ରଂଜନ ମହାନ୍ତି, ଇ. କେଶବ ଚନ୍ଦ୍ର ପାତ୍ର, ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ଗୋବିନ୍ଦ ପ୍ରସାଦ ମହାନ୍ତି, ଦେବରାଜ ପ୍ରଧାନ, ବଟକୃଷ୍ଣ ସ୍ବାଇଁ, ସନ୍ତୋଷ କୁମାର ମହାନ୍ତି, ବିଜୟ ଚନ୍ଦ୍ର ପଣ୍ଡା ଓ ଶରତ କୁମାର ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।
ଏଥି ସହ ବରିଷ୍ଠ ନାଗରିକମାନେ ମଠ ପରିସରରେ ଥିବା ଗୋଶାଳ ସଫେଇ କରିଥିଲେ। ଶେଷରେ ମଞ୍ଚର କୋଷାଧ୍ୟକ୍ଷ ଗୋଲକ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।