-
୨୦୨୪ ସୁଦ୍ଧା ଭିଏଚପି ଏକ ଲକ୍ଷ ଗ୍ରାମ ପର୍ଯ୍ୟନ୍ତ ବିସ୍ତାର ହେବ
କଟକ,ବିଶ୍ୱ ହିନ୍ଦୁ ପରିଷଦର ଷଷ୍ଠୀପୂର୍ତ୍ତି ଦିବସ ସୁଦ୍ଧା ଏହି ସଂଗଠନ ଏହାର କାର୍ଯ୍ୟକୁ ଏକ ଲକ୍ଷ ଗ୍ରାମ ପର୍ଯ୍ୟନ୍ତ ବିସ୍ତାର କରିବ । ସେତେବେଳ ପର୍ଯ୍ୟନ୍ତ ଭିଏଚପି ହିତଚିନ୍ତକଙ୍କ ସଂଖ୍ୟାକୁ ଏକ କୋଟିକୁ ନେବାକୁ ମଧ୍ୟ ଲକ୍ଷ୍ୟ ରହିଛି । ଏହି ସୂଚନା ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ମିଲିନ୍ଦ ପରାଣ୍ଡେ ପ୍ରଦାନ କରିଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ସେ ହିନ୍ଦୁ ସମାଜକୁ ଆହ୍ୱାନ କରିଛନ୍ତି ।
କଟକସ୍ଥିତ ଭିଏଚପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରାଣ୍ଡେ ଜନଜାତିୟ ସମୁଦାୟଙ୍କ ମଧ୍ୟରେ ହିନ୍ଦୁତ୍ୱର ପ୍ରଚାରରେ ଅଗ୍ରଣୀ ଥିବା ବ୍ରହ୍ମଲୀନ ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ତାଙ୍କ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ ।
୨୦୦୮ ରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ୨୩ ଅଗଷ୍ଟ ଦିନ ହତ୍ୟା କରାଯାଇଥିଲା । କିନ୍ତୁ ତାଙ୍କ ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ । ଶ୍ରୀ ପରାଣ୍ଡେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଗଠିତ ଅନୁସନ୍ଧାନ ଆୟୋଗର ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ ।
ଏହି ରିପୋର୍ଟ ଶିଘ୍ର ।ତିଶିଘ୍ର ସାର୍ବଜନୀନ କରାଯାଉ ବୋଲି ସେ ଓଡିଶା ସରକାରଙ୍କ ଠାରୁ ଦାବି କରିଛନ୍ତି । ଶ୍ରୀ ପରାଣ୍ଡେଙ୍କ ଅନୁଯାୟୀ ପୂଜ୍ୟ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ବୃଥା ଯିବ ନାହିଁ ଏବଂ ବିଶ୍ୱ ହିନ୍ଦୁ ପରିଷଦ ତାଙ୍କ ସଂକଳ୍ପ ପୂରଣ କରିବାରେ ବ୍ୟସ୍ତ ଅଛି । ଏହି ଅବସରରେ ସେ ପୂଜ୍ୟ ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଜୀଙ୍କୁ ଅପମାନିତ କରିଥିବା ଏବଂ ତାଙ୍କ ପୁତୁଳ ଜଳାଇଥିବା କମ୍ୟୁନିଷ୍ଟ କର୍ମୀ ଏବଂ ଅନ୍ୟ ହିନ୍ଦୁ-ଦ୍ରୋହି ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ ।
ଶ୍ରୀ ପରାଣ୍ଡେ କହିଛନ୍ତି ଯେ ୦୯ ଅଗଷ୍ଟରେ “ମୂଳ ନିବାସୀ ଦିବସ” ପାଳନ କରିବା ପାଇଁ ଭାରତରେ କୌଣସି ଯଥାର୍ଥତା ନାହିଁ । ଭାରତର ଜନଜାତିୟ ସମାଜ ଦେଶ, ଧର୍ମ ଏବଂ ସଂସ୍କୃତି ସୁରକ୍ଷାର ବ୍ରତ ନେଇ ସଦା ଶେଷ ହିନ୍ଦୁ ସମାଜ ସହିତ ମିଶି ପ୍ରୟାସ କରି ଆସୁଛନ୍ତି । ସେ ଆବେଦନ କରିଛନ୍ତି ଯେ ଭାରତୀୟମାନେ ୧୫ ନଭେମ୍ବରକୁ “ଜନଜାତିୟ ଗୌରବ ଦିବସ” ଭାବରେ ପାଳନ କରିବା ଉଚିତ୍ । ଏହି ଦିନ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ।
ଶ୍ରୀ ପରାଣ୍ଡେ କହିଛନ୍ତି ଯେ ଖ୍ରୀଷ୍ଟିଆନ ମିଶନାରୀମାନେ ଓଡିଶାରେ ବ୍ୟାପକ ଧର୍ମନ୍ତରଣ ପାଇଁ ଷଡଯନ୍ତ୍ରରେ ଜଡିତ ଅଛନ୍ତି । ସେ ଦାବି କଲେ ଯେ ରାଜ୍ୟ ସରକାର ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ । ସେ କହିଛନ୍ତି ଯେ ଝାରଖଣ୍ଡ ଦେଇ ପଶ୍ଚିମବଙ୍ଗକୁ ଗୌବଂଶଧର ଚୋରା ଚାଲାଣ ମଧ୍ୟ ତୁରନ୍ତ ବନ୍ଦ କରାଯିବା ଉଚିତ ।