
-
ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
କେନ୍ଦୁଝର, ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଘରର ମାଟିକାନ୍ଥ ଭୁଶୁଡ଼ି ପଡିବା ଫଳରେ ସ୍ତ୍ରୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍ଵାମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ପହଂଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ଟିକରପଡା ଗ୍ରାମରେ ଆଜି ସକାଳେ ଘଟିଛି ଏହି ଅଘଟଣ । ବୃଦ୍ଧା ଦମ୍ପତି ଘରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା । ଗ୍ରାମବାସୀଙ୍କ ସହାୟତାରେ ଏହି ଦମ୍ପତିଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ ।