
ବାଲେଶ୍ଵର,ଦୀଘାରେ ଅଶାନ୍ତ ହୋଇଉଠିଛି ସମୁଦ୍ର । ଅଶାନ୍ତ ସମୁଦ୍ର କୂଳ ଲଙ୍ଘୁଥିବାର ଦେଖିବାକୁ ମିଳିଛି । ବଙ୍ଗୋପସାଗରରେ ଲଘୁଚାପ ଫଳରେ ଅଶାନ୍ତ ରହିଛି ସମୁଦ୍ର । ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ରହିଥିବା ସମସ୍ତ ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ତେବେ ଭୋଗରାଇ ବ୍ଲକରେ ଥିବା ତାଳସାରୀ ଓ ଉଦୟପୁରରେ ଅଶାନ୍ତ ସମୁଦ୍ରର ମଜା ନେଉଛନ୍ତି ପର୍ଯ୍ୟଟକ ।