ଭୁବନେଶ୍ୱର, ସଂପ୍ରତି ରାଜ୍ୟର ବନ୍ୟା ପରିସ୍ଥିତିରେ ପ୍ରାଣୀଧନ ଓ ମତ୍ସ୍ୟସମ୍ପଦର ସୁରକ୍ଷା ଓ ତୁରନ୍ତ ଚିକିତ୍ସା ସୁବିଧା ଓ ଆନୁଷଙ୍ଗିକ ବ୍ୟବସ୍ଥା ନିମନ୍ତେ ଜିଲ୍ଲା ଓ ନିର୍ଦ୍ଦେଶାଳୟରେ ୨୪ ଘଂଟିଆ କେଂଟ୍ରାଲ ରୁମ୍ ଅଗଷ୍ଟ ୧୬ ତାରିଖରୁ ଖୋଲାଯିବା ସହିତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଭୁବନେଶ୍ୱରରେ କେଂଟ୍ରାଲ ରୁମ୍ (ଫୋନ୍ ନମ୍ବର -୦୬୭୪-୨୩୯୩୯୫୮)କୁ କାର୍ଯ୍ୟକ୍ଷମ କରାଯାଇଛି । ଏଥିସହିତ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । ନୋଡାଲ ଅଧିକାରୀ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ନିର୍ଦ୍ଦେଶାଳୟ ଏବଂ ଜିଲ୍ଲା ଓ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ସହିତ ନିୟମିତ ଯୋଗାଯୋଗ ରକ୍ଷା କରି ବିପର୍ଯ୍ୟୟ ସ୍ଥିତିର ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ଭବନ, ଭୁବନେଶ୍ୱରଠାରେ ୨୪ ଘଂଟିଆ କେଂଟ୍ରାଲ ରୁମ୍ ଅଗଷ୍ଟ ୧୬ ତାରିଖଠାରୁ କାର୍ଯ୍ୟକ୍ଷମ କରାଯାଇଛି ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ କେଂଟ୍ରାଲ ରୁମ୍ ର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି । କେଂଟ୍ରାଲ ରୁମ୍ ର ପୂର୍ବ ପ୍ରଦତ ଫୋନ୍ ନମ୍ବର ୦୬୭୪-୨୩୯୩୨୪୨ ପରିବର୍ତେ ୦୬୭୪-୨୩୯୦୧୩୭ କାର୍ଯ୍ୟକ୍ଷମ ରହିଛି ।