ନୂଆପଡା – ନୂଆପଡା ଜିଲ୍ଲା ସିନାପାଲି ସହରକୁ ଏନ୍ଏସି ମାନ୍ୟତା ଦାବୀରେ ଗତ ଶୁକ୍ରବାର ସିନାପାଲି ନାଗରିକ କମିଟିର ଆହ୍ୱାନକ୍ରମେ ସିନାପାଲି ସହରରେ ୧୨ ଘଂଟିଆ ବନ୍ଦପାଳନ କରାଯାଇଥିଲା । ସିନାପାଲି ଅନ୍ତର୍ଗତ ବିଭିନ୍ନ ଅନୁÂାନ ଏହାକୁ ସମର୍ଥନ କରି ସାମିଲ ହୋଇଥିବା ବେଳେ ସଦର କାପସି ଗ୍ରାମର ଜନସାଧାରଣ ଏହାକୁ ବିରୋଧ କରିବା ସହ କାପସି ଓ ସରଧାପୁର ଗ୍ରାମକୁ ନେଇ ଏକ ନୂତନ ପଂଚାୟତ ଗଠନ କରିବା ଦାବୀରେ ସିନାପାଲି ଗୋÂି ଉନ୍ନୟନ ଅଧିକାରୀ, ସିନାପାଲି ତହସିଲଦାର ତଥା ସିନାପାଲି ଥାନାଧିକାରୀଙ୍କ ଜରିଆରେ ନୂଆପଡା ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଉଲ୍ଲେଖ ଅନୁଯାୟୀ କାପସି ଏକ ସିନାପାଲି ବ୍ଲକର ଜନବହୁଳ ଗ୍ରାମ ହୋଇଥିବା ବେଳେ ଏହାର ଜନସଂଖ୍ୟା ପ୍ରାୟ ୨ ହଜାରରୁ ଉଦ୍ଧ୍ୱର୍ ଅଟେ । ଏଠାରେ ସିନାପାଲି ଜୁନିଅର କଲେଜ, ଡିଗ୍ରିକଲେଜ, ମା ଦୌପଦୀଜଗତ ମହିଳା ମହାବିଦ୍ୟାଳୟ, ଗୋÂି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଣୀ ଚିକିତ୍ସାଳୟ, ଜେଏମଏଫସି କୋର୍ଟ, ଉଦ୍ୟାନବିଭାଗ, ସିନାପାଲି ବନାଞ୍ଚଳ ନର୍ସରୀ, ସହକାରୀଯନ୍ତ୍ରୀ କାର୍ଯ୍ୟାଳୟ ଆଦି ରହିଅଛି । ଏହି କାର୍ଯ୍ୟାଳୟ ଗୁଡିକୁ ସଂଲଗ୍ନ ହୋଇ ସରଧାପୁର ଗ୍ରାମ ମଧ୍ୟ ରହିଅଛି । ଏସବୁର ସମ୍ମିଶ୍ରଣରେ କାପସି ଗ୍ରାମ ଠାରେ ନୂତନ ପଂଚାୟତ ଗଠନ କରାଯାଇ ଡାକ୍ତରଖାନା ନିକଟରେ ପଂଚାୟତ କାର୍ଯ୍ୟାଳୟ ନିର୍ମାଣ କରିବାକୁ ଦୃଢ ଦାବୀ କରିଛନ୍ତି । ଏପରିକି ସିନାପାଲି ପଂଚାୟତରେ ଉକ୍ତ କାପସି ଗ୍ରାମ ରହିଥିବା ବେଳେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ସଦର ପଂଚାୟତରେ ସବୁ ବେଳେ ଅବହେଳାର ଶିକାର ହେବାକୁ ପଡୁଛି ବୋଲି ଦାବୀପତ୍ରରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯୋଗ୍ୟଯେ ସିନାପାଲି ସହରକୁ ଏନଏସି ମାନ୍ୟତା ଦାବୀ ନେଇ ପୂର୍ବରୁ ଆନେ୍ଦାଳନ କରିବା ସହ ଗତ ଶୁକ୍ରବାର ସିନାପାଲି ସହରରେ ବନ୍ଦପାଳନ କରାଯାଇ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସିନାପାଲିକୁ ଏନଏସି ମାନ୍ୟତା ପାଇବାକୁ ହେଲେ ସିନାପାଲି ସମେତ କାପସି, ଗୋଡାଲ, ଯୁଗେନପଦର, ପଲସାପଡା ଆଦି ଗ୍ରାମକୁ ନେଇ ଜନସଂଖ୍ୟା ଭିତିରେ ଦାବୀ ପୂର୍ବରୁ ଜଣାଇ ଆସୁଛନ୍ତି । ହେଲେ ବର୍ତମାନ କାପସିର ଜନସାଧାରଣ ଏହାକୁ ବିରୋଧ କରିବା ସହ ଏକ ନୂତନ ପଂଚାୟତ ଗଠନ ଦାବି କରିବା ଯୋଗୁଁ ଏନଏସି ଘୋଷଣାକୁ ନେଇ ଦ୍ୱନ୍ଦ ଉପୁଜିବାରେ ଲାଗିଛି । ନୂତନ ପଂଚାୟତ ଗଠନ କରିବା ଅଭିଯାନରେ କାଦର ଖାନ, ବସନ୍ତ ଦାସ, ନୀଳ ଦାସ, ହେମନ୍ତ ମାଝୀ, ଲଛମନ ରଣା, ଭାସ୍କର ଦାସ, ନାସିର ଖାନ, ତୁଳାରାମ ସା, ମଧୁ ଚିନ୍ଦା, ମହାଦେବ ମାଝୀ, ଅଜେୟ ଦାସ, ଧବଳେ ମାଝୀ, ଶିବ ରଣା, କୁମନ ରଣା, ଶଶି ଜଗତ, ଦୁଆରୁ ଜଗତ, ଭୁବନେ ମାଝୀ, ଚୈତୁ ରଣା, ବୈଦ ଜଗତ, ଥବୀର ରଣା, ଦମନ ରଣା, ଥବୀର ମାଝୀ, ରତନ ଜଗତ, ଚମାର ସା, ସୁଦର ମାଝୀ, ହରଲାଲ ମଶ୍ରା, ଅନନ୍ତ ରଣା, କେଦାର ଦାସ, ନରୋତ୍ତମ ମାଝୀ, ଅନନ୍ତରାମ ରଣା, ଅଧିକାରୀ ସା, ମୁଢ ମହାନନ୍ଦ ପ୍ରମୁଖ ସାମିଲ ଅଛନ୍ତି ।
Related Stories
November 24, 2024
November 24, 2024