ଭୁବନେଶ୍ୱର, ଭୁବନେଶ୍ୱର ଏମ୍ସ ହସ୍ପିଟାଲର ପଂଚମ ମହଲାରୁ ଜଣେ ରୋଗୀ ମୃତ୍ୟୁ ବରଣ କରିଛନ୍ତି । ମୃତ ରୋଗୀ ହେଉଛନ୍ତି ମହେନ୍ଦ୍ର ସ୍ୱାଇଁ । ତେବେ ସେ କେଉଁ କାରଣରୁ ଛାତରୁ ଡେଇଁଲେ ତାହା ଜଣାପଡିନାହିଁ ।
ପୁରୀ ଅଂଚଳର ମହେନ୍ଦ୍ର ସ୍ୱାଇଁ ଗତ କିଛି ଦିନ ଧରି ଭୁବନେଶ୍ୱର ଏମ୍ସରେ ଭର୍ତି ହୋଇଥିଲେ । ଏମ୍ସ ର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ଶନିବାର ଅପରାହ୍ନରେ ସେ ଝରକା ଦେଇ ପଂଚମ ମହଲାରୁ ତଳକୁ ଡେଇଁ ପଡ଼ିଥିଲେ । ମହେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ମେଡ଼ିକାଲ୍ ରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।