-
ବାଲେଶ୍ୱରର ଭୋଗରାଇରେ ସବୁଠାରୁ ଅଧିକ 226 ମିମି ବର୍ଷା ରେକର୍ଡ
ଭୁବନେଶ୍ୱର,ବାଲେଶ୍ୱରର ଭୋଗରାଇରେ ସବୁଠାରୁ ଅଧିକ 226 ମିମି ବର୍ଷା ରେକର୍ଡ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଗତ 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବୃଷ୍ଟିପାତ ହୋଇଥିବା ଜଣା ପଡିଛି । ବାଲେଶ୍ୱର ଭୋଗରାଇରେ ସର୍ବାଧିକ ୨୨୬ ମିମି ବର୍ଷା ରେକର୍ଡ କରାଯାଇଛି । ୨ଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ, ୨୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୪୯ଟି ସ୍ଥାନରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କନ୍ଧମାଳର ଫିରିଙ୍ଗିଆରେ ୨୧୧ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ନୱାନା- ୧୯୬.୪ ମିମି, ଟିକାବାଲି ଠାରେ ୧୯୬ ମିମି ଚକାପାଦ- ୧୯୦ ମିମି ବର୍ଷା ରେକର୍ଡ କରାଯାଇଛି ।
ସେହିପରି ବହଳଦା ଠାରେ ୧୮୬ ମିମି, ବାଟଗାଁ ଠାରେ ୧୮୫.୨ ମିମି, କୁସୁମି ଠାରେ ୧୭୯ ମିମି, -ଫୁଲବାଣି ଠାରେ ୧୬୮.୨, ତିରିଂ ଠାରେ ୧୬୫ ମିମି ଉଦଳା ଠାରେ ୧୬୪.୬ ମିମି, ଜୁନାଗଡ଼ ଠାରେ ୧୬୧ ମିମି, ଯଶୀପୁର ଠାରେ ୧୬୦ ମିମି ତଥା ରାଜଘାଟ- ୧୫୩ ମିମି ବର୍ଷା ରେକର୍ଡ କରାଯାଇଛି ।