ଭୁବନେଶ୍ୱର, ହୀରାକୁଦ ଜଳ ଭଣ୍ଡାରରୁ ଆଜି ଆଉ 10ଟି ଗେଟକୁ ବନ୍ଦ କରାଯାଇଥି । ପ୍ରଥମ ପର୍ଯ୍ୟାୟରେ 4ଟି ଗେଟ ବନ୍ଦ କରାଯାଇଥିବା ବେଳେ ମଧ୍ୟାହ୍ନ ବେଳକୁ ଆଉ 6ଟି ଗେଟକୁ ବନ୍ଦ କରାଯାଇଛି । ଏବେ ୧୦ଟି ଗେଟ୍ ଜରିଆରେ ଜଳ ନିଷ୍କାସନ ଚାଲିଛି ।
ଶନିବାର ଦିନ 12ଟା ବେଳକୁ ହୀରାକୁଦର ଜଳସ୍ତର 620.47 ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ 1,90.298 ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ 2,91,433 କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଛି। ମୁଣ୍ଡୁଳିରେ ସକାଳ ୯ଟା ସୁଦ୍ଧା ୮,୫୭୦୦୦ ବନ୍ୟାଜଳ ପାସ କରୁଛି ।