ଜିଲ୍ଲା ସ୍ତରୀୟ “ପାଣି” କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ସ୍ଥାନୀୟ ୟୁଥ ହଷ୍ଟେଲରେ ଅନୁଷ୍ଠିତ ହୋଇଥିଲା |ଏଥିରେ ଆବାହକ ଉମାକାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲେ |ପାଣି ସମସ୍ୟା ଓ ଦୂଷିତ ପାଣି ଯୋଗୁଁ ହେଉଥିବା ବିଭିନ୍ନ ଜଳ ଜାତ ରୋଗ, ସ୍କୁଲ ଏବଂ ଅଙ୍ଗନବାଡି ମାନଙ୍କ ପାଣିର ସ୍ଥିତି, ଜଳାଶ୍ରୟର ଇତିହାସ ଏବଂ ପୁନଃରୁଦ୍ଧାର ଆଦିର ତଥ୍ୟ ଉପରେ “ପାଣି” ତରଫରୁ ସର୍ଭେ ସମାପ୍ତ ହୋଇଛି ବୋଲି ଆବାହକ ପ୍ରକାଶ କରିଥିଲେ |ଗାଁ ରେ ଥିବା ଗମ୍ଭୀର ପାଣି ସମସ୍ୟାକୁ ସମାଧାନ କରିବା ପାଇଁ ଗାଁ ଲୋକ ସଜାଗ ହେବାର ଆବଶ୍ୟକତା ରହିଛି |ଆଗାମୀ ଦିନରେ ପୋଖରୀ ଗୁଡିକର ପୁନଃରୁଦ୍ଧାର, ଜଳ ପରିଚାଳନା, ପାଣି ପରୀକ୍ଷା ଓ ସ୍ୱଚ୍ଛ ପାନୀୟ ଜଳର ଆବଶ୍ୟକତା ଉପରେ କାର୍ଯ୍ୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଉମାକାନ୍ତ ମହାନ୍ତି ପ୍ରକାଶ କରିଥିଲେ |
ବିଶିଷ୍ଟ ପରିବେଶବିତ ତଥା ବରିଷ୍ଠ ସାମ୍ବାଦିକ ଜଗନ୍ନାଥ ବସ୍ତିଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପାଣି ଆନ୍ଦୋଳନକୁ ସୁଦୃଢ କରିବା, ଗାଁ ଲୋକଙ୍କ ସହଯୋଗରେ ପୋଖରୀ କୁ ପୁନଃରୁଦ୍ଧାର, ବିପୁଳ ସଂଖ୍ୟାରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ |ପୋଖରୀ ପାଣି ସରଂକ୍ଷଣ ନହେଲେ ଆଗାମୀ ଦିନରେ ସମୁଦ୍ର ପାଣି ବିଶୋଧନ କରି ପିଇବେ ପୁରୀବାସୀ |ପାଣି ଅଭିଯାନକୁ ଆଗକୁ ନେବା ପାଇଁ ଆବଶ୍ୟକୀୟ ସମସ୍ତ ସହଯୋଗ ସବୁମତେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ |
ଗୁଞ୍ଜ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସୁରେଶ କୁମାରଙ୍କୁ ମାନପତ୍ର ଦେଇ ସଂମ୍ମାନିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମରେ ରାଜକିଶୋର ସ୍ୱାଇଁ, ଭ୍ରମରବର ରାଉତ, ହୃଦାନନ୍ଦ ପ୍ରଧାନ, ଵିଷ୍ନୁପ୍ରିୟା ସ୍ୱାଇଁ, ନକୁଳ ନାୟକ, ଜୟନ୍ତ ବେହେରା, ପ୍ରିୟଙ୍କା ବେହେରା, ଲଭଲି ଦାଶଗୁପ୍ତା, ପବିତ୍ର କାଣ୍ଡି,ରବୀନ୍ଦ୍ର କୁମାର ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ |ବସନ୍ତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |
Related Stories
November 22, 2024