ଭୁବନେଶ୍ୱର, ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆପଡା ରୋଡ ଷ୍ଟେସନ ଠାରେ ତିନି ଯୋଡ଼ା ଟ୍ରେନକୁ ଛଅ ମାସ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭିତିରେ ରହଣି କରିବାକୁ ନିଷ୍ପତି ନିଆଯାଇଛି । ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ, ଦୈନିକ ଚଳାଚଳ କରୁଥିବା କୋରବା-ବିଶାଖାପାଟନମ-କୋରବା ଏକ୍ସପ୍ରେସ ଏବଂ ଦ୍ୱୀସାପ୍ତାହିକି ବିଳାସପୁର-ତିରୁପତି-ବିଳାସପୁର ଏକ୍ସପ୍ରେସ ଅଗଷ୍ଟ ମାସ ଶେଷ ସପ୍ତାହ ଠାରୁ ନୂଆପଡା ରୋଡ ଷ୍ଟେସନ ଠାରେ ରହଣି କରିବ ।
ପୁରୀରୁ ୨୪ ଅଗଷ୍ଟ ଠାରୁ ଛାଡିବାକୁ ଥିବା ୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନ ଠାରେ ସକାଳ ୦୬ ଘ.୨୮ ମି.ରେ ପହଂଚି ୦୬ ଘ.୩୦ ମି.ରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବ । ଅହମ୍ମଦାବାଦରୁ ୨୩ ଅଗଷ୍ଟ ଠାରୁ ଛାଡ଼ିବାକୁଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ସନ୍ଧ୍ୟା ୦୬ ଘ.୦୫ ମି.ରେ ପହଂଚି ୦୬ଘ.୦୭ ମି.ରେ ପୁରୀ ଅଭିମୁଖେ ଯାତ୍ରା କରିବ ।
୨୩ ଅଗଷ୍ଟ ଠାରୁ ଉଭୟ ପାର୍ଶ୍ୱରୁ ଛାଡ଼ିବାକୁଥିବା ୧୮୫୧୭/୧୮୫୧୮ କୋରବା-ବିଶାଖାପାଟନମ୍-କୋରବା ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନ ଠାରେ ରହଣି କରିବ । କୋରବା ଠାରୁ ଛାଡୁଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ରାତ୍ରି ୧୦ଘ.୧୩ମି.ରେ ପହଂଚି ରାତ୍ରି ୧୦ଘ.୧୫ମି.ରେ ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ । ବିଶାଖାପାଟନମରୁ ଛାଡ଼ିବାକୁଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ଭୋର ୦୪ଘ.୦୩ମି. ପହଞ୍ଚି ଭୋର ୦୪ଘ.୦୩ମି.ରେ କୋରବା ଅଭିମୁଖେ ଯାତ୍ରା କରିବ ।
ସେହିଭଳି, ୨୩ ଅଗଷ୍ଟ ଠାରୁ ବିଳାସପୁରରୁ ଛାଡ଼ିବାକୁଥିବା ୧୭୪୮୧/୧୭୪୮୨ ବିଳାସପୁର-ତିରୁପତି-ବିଳାସପୁର ଏକ୍ସପ୍ରେସ ନୂଆପଡା ରୋଡ ଷ୍ଟେସନ ଠାରେ ସନ୍ଧ୍ୟା ୦୭ଘ.୩୩ମି.ରେ ପହଞ୍ଚି ସନ୍ଧ୍ୟା ୦୭ଘ.୩୫ମି.ରେ ତିରୁପତି ଯାତ୍ରା କରିବ । ୨୬ ଅଗଷ୍ଟ ଠାରୁ ତିରୁପତିରୁ ଛାଡିବାକୁ ଥିବା ଏହି ଟ୍ରେନ୍ ନୂଆପଡା ରୋଡ ଷ୍ଟେସନ ଠାରେ ଅପରାହ୍ନ ୧୨ଘ.୦୮ମି.ରେ ପହଞ୍ଚି ଅପରାହ୍ନ ୧୨ଘ.୧୦ମି.ରେ ବିଳାସପୁର ଅଭିମୁଖେ ଯାତ୍ରା କରିବ ।